www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଦନ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶିବିରରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିରକୁ ଉଦଘାଟିନ କରିଥିଲେ। ଏହି ଉଦଘାଟନୀ ସଭାରେ ଧନକଉଡ଼ା ବ୍ଲକର ଜୁନିୟର ରେଡକ୍ରସ ଭାଇସ ଚେୟାରମେନ ସୁଷମା ସାହୁ, ଗୋଡ଼ଭଗା ସରପଞ୍ଚ କମଳାକାନ୍ତ ଛନ୍ଦ, ସ୍କୁଲ୍ ପରିଚାଳନା କମିଟି ସଭ୍ୟ ଉମେଶ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଶିବିରଟି ଦୀର୍ଘ ପାଞ୍ଚଦିନ ଧରି ଚାଲିବ। ଜିଲ୍ଲାର ଜେଆରସି କୋଚ ମହେନ୍ଦ୍ର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାଜ ସେବା ସହ ପରସ୍ପର ପ୍ରତି ବନ୍ଧୁତ୍ୱ ସ୍ଥାପନ କରିବା ଦିଗରେ ରାଜ୍ୟର ପ୍ରତି ବିଦ୍ୟାଳୟମାନଙ୍କରେ ସମସ୍ତ ପିଲାମାନଙ୍କୁ ପ୍ରୋତ୍ସାହିତ କରି କାର୍ଯ୍ୟ କରିବା ପାଇଁ ଆବଶ୍ୟକ ତାଲିମ ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ।

ଆକସ୍ମିକ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଆଦି ପ୍ରତିକୂଳ ପରିସ୍ଥିତିରେ କିପରି ପ୍ରାଥମିକ ଚିକିତ୍ସା କରିବା ଆଦି ଉପରେ ଏହି ଶିବିରରେ ତାଲିମ ଦିଆଯାଉଛି। ବରଗଡ଼ ଶାରୀରିକ ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡକ୍ରସର ଜିଲ୍ଲା ସମ୍ପାଦକ ଆଶୁତୋଷ ଦେ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ଏହି ତାଲିମ ଶିବିରରେ ଭୁବନେଶ୍ୱର ମହାକୁର ଓ ମନୋଜ କୁମାର ସାହୁ ତାଲିମ ପ୍ରଦାନ କରୁଥିବା ବେଳେ ଶୁଭଶ୍ରୀ ଭୋଇ,ରମେଶ ଚନ୍ଦ୍ର ସେଠ୍ ସାଧନ କର୍ମୀ ଭାବରେ ଯୋଗ ଦେଇଛନ୍ତି। ପ୍ରତି ଜିଲ୍ଲାରେ ୩୦ଜଣ ଅଣତାଲିମ୍ କାଉନସିଲରମାନଙ୍କୁ ଏହ ତାଲିମ ଦିଆଯାଉଥିବା ଜଣାପଡିଛି। ଶେଷରେ ଧର୍ମରାଜ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories