www.samajalive.in
Saturday, December 6, 2025
23.1 C
Bhubaneswar

ଆମେରିକାରେ ବର୍ଣ୍ଣ ବିଦ୍ଵେଷ; ଶିଖ୍‌ ବ୍ୟକ୍ତିଙ୍କୁ ହାତୁଡ଼ିରେ ଆକ୍ରମଣ କଲେ କୃଷ୍ଣକାୟ

ଆମେରିକାରେ ବର୍ଣ୍ଣ ବିଦ୍ଵେଷ ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିଖ୍‌ ବ୍ୟକ୍ତିଙ୍କୁ ଜଣେ କୃଷ୍ଣକାୟ ଆକ୍ରମଣ କରିଛନ୍ତି। ଆଉ ଏହାର କାରଣ ହେଉଛି କୃଷ୍ଣକାୟଙ୍କଠାରୁ ଶିଖ୍‌ ବ୍ୟକ୍ତିଙ୍କ ବର୍ଣ୍ଣ ଶ୍ଵେତ ରଙ୍ଗର। କାରଣ ଆକ୍ରମଣକାରୀ ଶିଖ୍‌ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସମୟରେ ବାରମ୍ବାର କହୁଥିଲେ ‘ମୁଁ ଆପଣଙ୍କୁ ପସନ୍ଦ କରେନାହିଁ’, ଆମ ଉଭୟଙ୍କ ବର୍ଣ୍ଣ ସମାନ ନୁହେଁ।

ସୂଚନା ଅନୁସାରେ, ବ୍ରୁକ୍‌ଲିନର ଏକ ହୋଟେଲରେ ଏହି ଘଟଣା ଦେଖିବାକୁ ମିଳିଛି। ଏହା ପରେ ସ୍ଥାନୀୟ ଏକ ସଂଗଠନ ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛି। ଏହି ଘଟଣାଟି ଘୃଣା ଅପରାଧ କି ନୁହେଁ ତାହାର ତଦନ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି।

- Advertisement -

ତେବେ ଆକ୍ରମଣର ଶିକାର ହୋଇଛନ୍ତି ସୁମିତ ଆହଲୁୱାଲିଆ। ତାଙ୍କ ବୟସ ୩୨ ବର୍ଷ। ସେ କହିଛନ୍ତି, ତାଙ୍କୁ ଯେଉଁ ବ୍ୟକ୍ତି ଆକ୍ରମଣ କରିଛନ୍ତି ତାଙ୍କ ମନରେ ପ୍ରବଳ ମାତ୍ରାରେ ଜାତିଗତ ଘୃଣା ଭରି ରହିଥିଲା। ଯେଉଁଥିପାଇଁ ତାଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଲା ବୋଲି ସୁମିତ କହିଛନ୍ତି। ସେ ଆହୁରି କହିଛନ୍ତି, ଆକ୍ରମଣକାରୀ ଜଣକ କୃଷ୍ଣକାୟ ଥିଲେ। ସେ ଏକ ହୋଟେଲର ଲବି ରୁମରେ ଥିବାବେଳେ ଆକ୍ରମଣକାର ତାଙ୍କ ନିକଟକୁ ଆସି ବଡ଼ ପାଟିରେ ଚିତ୍କାର କରିବା ସହିତ ମୁଁ ତୁମକୁ ପସନ୍ଦ କରେନାହିଁ ବୋଲି କହିଥିଲେ। ଆମ ବର୍ଣ୍ଣ ସମାନ ନୁହେଁ ବୋଲି କହି ତାଙ୍କୁ ଏକ ହାତୁଡ଼ିରେ ଆକ୍ରମଣ କରିଥିଲେ। ସେ ଆକ୍ରମଣକାରୀଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ହେଁ କୃଷ୍ଣକାୟ ଜଣକ ଶୁଣି ନ ଥିଲେ। ତାଙ୍କ ମୁଣ୍ଡକୁ ଏକ ହାତୁଡ଼ିରେ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories