www.samajalive.in
Saturday, December 6, 2025
26.1 C
Bhubaneswar

ଓଭରବ୍ରିଜରୁ ଖସିଲା ଚଳନ୍ତା ଟ୍ରେନ ; ୨୦ ମୃତ

ମେକ୍ସିକୋ : ମେକ୍ସିକୋରେ ଏକ ଦୁଃଖଦ ଘଟଣା ଘଟିଛି। ମେକ୍ସିକୋସିଟିର ମେଟ୍ରୋ ଟ୍ରେନ ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ ଏହା ଖସି ପଡ଼ିଥିବା ନେଇ ଖବର ମିଳିଛି। ଓଭର ବ୍ରିଜ ଭୁଷୁଡି ପଡିବା କାରଣରୁ ଚଳନ୍ତା ଟ୍ରେନ ସଡକରେ ଖସି ପଡି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରେନଟି ରାସ୍ତା ଉପରେ ଖସି ପଡିବାରୁ କିଛି ଯାନ ଏହାତଳେ ଚାପି ହୋଇ ରହିଛି ବୋଲି ଜଣାପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରେନଟି ବ୍ରିଜରୁ ଭୁଷୁଡିବା ସମୟର ଭିଡିଓ ସିସିଟିଭରେ କଏଦ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ମେକ୍ସିକୋ ସିଟିର ମେୟର ସୂଚନା ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories