ଚଣ୍ଡିଗଡ : ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଜନ ଆଶୀର୍ବାଦ ଯାତ୍ରାରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ରାଜେଶ ବୋଲି ଜଣାପଡିଛି । ତାଙ୍କୁ ରୋହତକ ସ୍ଥିତ ପିଜିଆଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, କିଛି ଦିନ ହେବ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି । ସୋନିପତର ରାଠଧନା ଗାଁରେ ଜନ ଆଶୀର୍ବାଦ ଯାତ୍ରା ସମୟରେ ଜଣେ ବ୍ୟକ୍ତି ନିଜ ଶରୀରରେ ତେଲ ପକାଇ ନିଆଁ ଲଗାଇ ଦେଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଗ୍ରୁପ୍ ଡି କମ୍ପାନୀରେ ତାଙ୍କ ପୁଅକୁ ଚାକିରି ନମିଳିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ଶୁଣିବାକୁ ମିଳୁଛି ।



