www.samajalive.in
Friday, December 12, 2025
19.1 C
Bhubaneswar

‘ଇନ୍‍ଶାଆଲ୍ଲାହ’ର ମୁକ୍ତିଲାଭ ତାରିଖ ଘୁଞ୍ଚିଲା : ତଥାପି ଇଦ୍‌ରେ ପ୍ରଶଂସକଙ୍କୁ ନିରାଶ କରିବେନି ସଲମାନ

ମୁମ୍ବଇ : ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଇନ୍‍ଶାଆଲ୍ଲାହ’ର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇଛି। ସଲମାନ ନିଜେ ଟ୍ୱିଟ୍‍ କରି ଏହି ସୂଚନା ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇଛି। ଏହାସତ୍ତ୍ବେ ମୁଁ ଆପଣମାନଙ୍କୁ ୨୦୨୦ ଇଦ୍‍ ଅବସରରେ ନିଶ୍ଚିତ ଭେଟିବି। ଇନ୍‍ଶାଆଲ୍ଲାହ’। ଦବଙ୍ଗ୍‍ ଖାନଙ୍କ ଏପରି କଥାରୁ ଜଣାପଡ଼ୁଛି ୨୦୨୦ ଇଦ୍‍ ପାଇଁ ସେ ଅନ୍ୟ କିଛି ପ୍ରୋଜେକ୍ଟର ଯୋଜନା କରିଛନ୍ତି।

ସୂଚନା ଅନୁସାରେ, ଶୁଟିଂ ପୂର୍ବରୁ ହିଁ ‘ଇନ୍‍ଶାଆଲ୍ଲାହ’ର ଥିଏଟର୍‍ ରାଇଟ୍‍ସ(ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ପ୍ରଦର୍ଶନ ଅଧିକାର) ପେନ୍‍ ଏଣ୍ଟରଟେନମେଣ୍ଟ ୧୯୦ କୋଟି ଟଙ୍କା ବିନିମୟରେ କିଣିଛି। ତେବେ ଏହାର ଡିଜିଟାଲ୍‍ ଏବଂ ସାଟେଲାଇଟ୍‍ ରାଇଟ୍‍ସ ମଧ୍ୟ ଭଲ ମୂଲ୍ୟରେ ବିକ୍ରି ହେବ ବୋଲି ନିର୍ମାତା ଆଶା ପୋଷଣ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ‘ଇନ୍‍ଶାଆଲ୍ଲାହ’ର ଅଫର୍‍ ପାଇ ଆଲିୟା ଖୁବ୍‍ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ଭଂସାଲୀ ମଧ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦୀର୍ଘ ଦିନ ପରେ ସଲମାନଙ୍କ ସହ କାମ କରିବାକୁ ଯାଉଛନ୍ତି। ତେବେ ଚଳଚ୍ଚିତ୍ରର ପରିବର୍ତ୍ତିତ ମୁକ୍ତିଲାଭ ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories