www.samajalive.in
Saturday, December 6, 2025
15.1 C
Bhubaneswar

କୁଣ୍ଡପାଟଣା ଗ୍ରାମର ନୂଆସାହିରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ରସୁଲପୁର : ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରାଉତରାପୁର ପଂଚାୟତ କୁଣ୍ଡପାଟଣା ଗ୍ରାମର ନୂଆସାହିରେ ଆଜି ଅପରାହ୍ନରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟି ଉକ୍ତ ଗ୍ରାମର ୨୦ କଂସାରି କାରିଗରଙ୍କର ୨୭/୨୮ ବଖରା ବାସଗୃହ ସମେତ ଶାଳ, ରୋଷେଇ ଘର ଆଦି ପୋଡି ଭସ୍ମୀଭୂତ ହୋଇଯାଇଛି। ଖବର ନେବାରେ ଜଣାଯାଇଛି ଉକ୍ତ ଗ୍ରାମର ସ୍ୱର୍ଗତ ନିଧି ପୃଷ୍ଟିଙ୍କ ପୁଅ ରବିନ୍ଦ୍ର ପୃଷ୍ଟିଙ୍କ ଘର ଆଜି ଛାତ ପଡୁଥିବାରୁ ଛାତପକା କାର୍ଯ୍ୟରେ ନିୟୋଜିତ ମିସ୍ତ୍ରୀ ଓ ଶ୍ରମିକ ଙ୍କ ସକାଶେ ରୋଷେଇ ହେଉଥିଲା। ଅପରାହ୍ନ ପ୍ରାୟ ୧ଟା ସମୟରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଯାହା ଫଳରେ ନରହରି ପୃଷ୍ଟି, ରବିନ୍ଦ୍ର ପୃଷ୍ଟି,ଧରଣୀଧର ପୃଷ୍ଟି,ଦିନବନ୍ଧୁ ପୃଷ୍ଟି,କାଳନ୍ଦି ପୃଷ୍ଟି, ନେତ୍ରାନନ୍ଦ ପୃଷ୍ଟି, ବାବୁ ଓରଫ ଧବଳ ପୃଷ୍ଟି, ବିଷ୍ଣୁ ପୃଷ୍ଟି, ବୈ୍‍ଦ୍ୟନାଥ ପୃଷ୍ଟି, ଅଜୟ ପୃଷ୍ଟି,ବିଜୟ ପୃଷ୍ଟି, ନଟ ପୃଷ୍ଟି, ବଟ ପୃଷ୍ଟି, ଗୁଣ୍ଡୁଚି ପୃଷ୍ଟି, ବିନୋଦ ପୃଷ୍ଟି, ସୁବଳ ପୃଷ୍ଟି, ଧବଳ ପୃଷ୍ଟି, ନନ୍ଦ ପୃଷ୍ଟି, ଈଶ୍ୱର ପୃଷ୍ଟି, ଲକ୍ଷ୍ମଣ ପୃଷ୍ଟି, ଝାଟୁ ପୃଷ୍ଟି, ପୂର୍ଣ୍ଣିମା ପୃଷ୍ଟି ଙ୍କର ୨୭/୨୮ ବଖରା ବାସଗୃହ ସମେତ ରୋଷେଇ ଘର , ଶାଳ ଆଦି ପୋଡି ଛାରଖାର ହୋଇଯାଇଛି। ଏଥି ସହିତ ୧ଟି ବାଇକ ଓ ୪/୫ ଟି ସାଇକଲ ମଧ୍ୟ ପୋଡି ଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୪୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସଂପତି ଧ୍ୱସଂ ପାଇ୍‍ଯାଇଛି। ଏହି ଅଗ୍ନିକାଣ୍ଡ ଘଟିବା ଖବର ପାଇ ଚଣ୍ଡିଖୋଲ ଓ ରସୁଲପୁର ଦମକଳ ବାହିନୀ ଘଟଣାସ୍ଥଳରେ ପଂହଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ। ବରୀ ବିଧାୟିକା ସୁନନ୍ଦା ଦାସ ଏହି ଖବର ପାଇ ସଙ୍ଗେସଙ୍ଗେ ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହିତ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ବରୀ ନିର୍ବାଚନ ମଣ୍ଡଳୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଧର୍ମଶାଳା ଥାନା ଅଧିକାରି ସରୋଜ କୁମାର ସାହୁ, ରସୁଲପୁର ଅତିରିକ୍ତ ତହସିଲଦାର ମାଗୁଣି ଚରଣ ଜେନା, ସାମନ୍ତରାପୁର ଆର.ଆଇ ନୃସିଂହ ଚରଣ ବେହେରା ଉକ୍ତ ଗ୍ରାମରେ ପହଂଚି କ୍ଷତିଗ୍ରସ୍ତଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ। ତହସିଲ ପକ୍ଷରୁ ବିପନ୍ନ ଙ୍କୁ ପଲିଥିନ ଆଦି ସରକାରୀ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରା୍‍ଯାଉଛି। ସ୍ଥାନୀୟ ଗ୍ରାମ ର ଯୁବକ ମାନେ ନିଆଁ ଲିଭା କାର୍ଯ୍ୟରେ ସହାୟତା କରିଥିଲେ। ଏହି ଅଗ୍ନିକାଣ୍ଡ ରେ କେହି ଆହତ ହୋଇ ନଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories