www.samajalive.in
Saturday, December 6, 2025
26.1 C
Bhubaneswar

ଗୁଡାରୀ ଥାନାର ଦୁଇ କର୍ମଚାରୀ ନିଲମ୍ବିତ

ଗୁଣପୁର : ଜଣେ ଗିରଫ ମୁଦାଲା ଆତ୍ମହତ୍ୟା ଉଦ୍ୟମ କରିଥିବାରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗୁଡାରୀ ଥାନାର ଦୁଇଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅନ୍ୟପକ୍ଷେ ହତ୍ୟା ଅଭିଯୋଗରେ ଗିରଫ ମୁଦାଲା ଆତ୍ମହତ୍ୟା କରିବା ପରେ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇ ଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖ ରାତିରେ ଗୁଡାରୀ ଥାନା ଅନ୍ତର୍ଗତ ନାଇରା ଗ୍ରାମରେ କେତେକ ଦୁର୍ବୁତ୍ତ କିରଣ ଗାଣ୍ଟା ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ତଦନ୍ତ କରି ଗୁଡାରୀ ପୁଲିସ ପ୍ରଥମ ପର୍ଯ୍ୟାୟରେ କିରଣର ଶାଶୁ, ଦୁଇ ସ୍ତ୍ରୀଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲା। ଦ୍ୱିତିୟ ପର୍ଯ୍ୟାୟରେ ନିଳମ୍ବର ଶବର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଗୁଡାରୀ ଥାନା ହାଜତରେ ରଖିଥିବା ବେଳେ ସେହି ମୁଦାଲା ବେକକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ପରେ ଖବର ପାଇ ଥାନା କର୍ତ୍ତୁପକ୍ଷ ଉକ୍ତ ମୁଦାଲାର ଚିକିତ୍ସା କରାଇଥିଲେ। ତେବେ ଆତ୍ମହତ୍ୟା ଉଦ୍ୟମ ଅପରାଧ ପାଇଁ ଏକ ମାମଲା ରୁଜୁ କରି ୩୦୯ ଦଫାରେ କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ଗୁଡାରୀ ଥାନାର ସେଦିନ ଦାୟିତ୍ୱରେ ଥିବା ଏଏସଆଇ ଲୋକନାଥ ଦୋରା ଓ କନେଷ୍ଟବଲ ବିରାଜିନି ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ ଏସଡିପିଓ ରାଜ କିଶୋର ଦାସଙ୍କୁ ପଚାରିବାରୁ କାର୍ଯ୍ୟରେ ଅବହେଳା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories