କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ମନା କଲେ ଦିଲ୍ଲୀ କୋର୍ଟ
ଡେସ୍କ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ଦିଲ୍ଲୀର ଏକ ଅଦାଲତ ମନା କରିଦେଇଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଚିକିତ୍ସା କାରଣରୁ ୭ ଦିନ ପାଇଁ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ବିଚାର ବିଭାଗୀୟ ହେପାଜତରେ କେଜ୍ରିୱାଲଙ୍କ ଚିକିତ୍ସା ଆବଶ୍ୟକତା ପୂରଣ କରିବାକୁ କୋର୍ଟ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଜୁନ୍ ୭ ତାରିଖରେ ହେବ।
Comments are closed.