ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୪୦କେଜିର ବିରଳ ବୁଦ ମାଛ

ବୌଦ୍ଧ: ବୌଦ୍ଧ ମହାନଦୀରୁ ଧରାପଡିଲା ବିରାଟକାୟ ବୁଦ ମାଛ। ବୁଦ ମାଛର ଓଜନ ପ୍ରାୟ ୪୦କେଜି ରହିଛି। ମହାନଦୀରେ ମାଛ ମାରୁଥିବାବେଳେ ଧୀବର ମାନଙ୍କ ଜାଲରେ ଏହି ବିରଳ ପ୍ରଜାତିର ମାଛଟି ପଡିଥିଲା। ମହାନଦୀର ସାତକୋଶିଆରେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳୁଥିବାବେଳେ ବର୍ଷା ଦିନ ହେଲେ ଉପରମୁଣ୍ଡକୁ ପଳାଇ ଆସିଥାନ୍ତି। ପୂର୍ବରୁ ମଧ୍ୟ ଏକାଧିକଥର ଏହି ବିରଳ ପ୍ରଜାତିର ମାଛ ଧରିଥିବା  କହିଛନ୍ତି ଧୀବରମାନେ। ମାଛକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା। ଏହି ମାଛର ଚାହିଦା ବଜାରରେ ଅଧିକ ରହିଛି। ଲୋକେ ମଧ୍ୟ ଏହି ମାଛକୁ ଖାଇବାକୁ ପସନ୍ଦ କରନ୍ତି। ବର୍ଷା ଦିନରେ ଏହି ମାଛ ଜାଲରେ ପଡ଼େ। ଅନ୍ୟ ସମୟରେ ଏହି ମାଛ ପଡ଼େ ନାହିଁ।

Comments are closed.