www.samajalive.in
Monday, December 8, 2025
27.1 C
Bhubaneswar

କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପହେଲଗାଓଁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଗୋଟି ଗୋଟି କରି ଖୋଜାଯିବ ଏବଂ ଦଣ୍ଡିତ କରାଯିବ। ଯେଉଁମାନେ ଏହି କାଣ୍ଡ ପଛରେ ରହିଛନ୍ତି ସେମାନଙ୍କୁ ତାଙ୍କ କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ, ଯାହା ବିଷୟରେ ସେମାନେ କେବେ ଚିନ୍ତା ବି କରି ନ ଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହେଲଗାଓଁ ଆକ୍ରମଣ ପଛରେ ଥିବା ଆତଙ୍କୀମାନଙ୍କୁ ଏଭଳି କଠୋର ଚେତାବନୀ ଦେଇଛନ୍ତି।

ବିହାରରେ ଆୟୋଜିତ ଏକ ଜନସଭାରେ ମୋଦୀ ଯୋଗଦେଇ ଆକ୍ରମଣକୁ ନେଇ ଦୁଃଖପ୍ରକାଶ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦେଶବାସୀଙ୍କୁ ଅଶ୍ଵାସନା ଦେଇଥିଲେ।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ, ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ପହେଲଗାଓଁରେ ୨୮ ନୀରିହ ଲୋକଙ୍କୁ ହତ୍ୟା କଲେ। ଏହି ଘଟଣା ପରେ ଦେଶ ଦୁଃଖରେ ରହିଛି। ଆମେ ପୀଡ଼ିତମାନଙ୍କ ପରିବାର ସାଥୀରେ ଛିଡ଼ା ହୋଇଛୁ। ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦୀ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories