www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଦିଲ୍ଲୀରେ ପାକିସ୍ତାନ ଦୂତାବାସକୁ କେକ୍‌ ନେଇଯାଉଥିଲେ, ଆଉ ତା’ପରେ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ଆକ୍ରମଣ ପରେ ଭାରତ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି । ଏହି ଆକ୍ରମଣ ସାରା ଦେଶବାସୀଙ୍କୁ ଏକ ଶକ୍ତ ଧକ୍କା ଦେବା ସହ ଚାରିଆଡେ ଆକ୍ରୋଶ ଦେଖାଯାଉଛି । ଏହା ମଧ୍ୟରେ ପାକିସ୍ତାନର ଦୂତାବାସ ବାହାରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଦୂତାବାସରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କେକ୍‌ ନେଇ କାର୍ଯ୍ୟାଳୟ ଭିତରକୁ ଯାଉଥିଲେ । ସେହି ସମୟରେ ସେଠାରେ ଉପସ୍ଥିତି ଥିବା କିଛି ସାମ୍ବାଦିକ ମାନେ ତାଙ୍କୁ ପ୍ରଶ୍ନ କରିଥିଲେ, କେଉଁ ଉତ୍ସବ ପାଳନ ପାଇଁ କେକ୍‌ ନେଇ ଅଫିସ୍‌କୁ ଯାଉଛନ୍ତି । ବ୍ୟକ୍ତି ଜଣକ ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା ନକରି ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ।


ପହଲଗାମ ଆକ୍ରମଣ ପରେ, ଭାରତ ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସରେ ନିୟୋଜିତ ତିନି ସେନାର ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ୭ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଭାରତ, ଇସଲାମାବାଦରେ ନିୟୋଜିତ ସାମରିକ ପରାମର୍ଶଦାତାମାନଙ୍କୁ ମଧ୍ୟ ଫେରାଇ ଆଣିଛି । ଏହି ନିଷ୍ପତ୍ତି ପୂର୍ବରୁ ଉଭୟ ଦେଶର ଦୂତାବାସରେ ୫୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଏବେ ୩୦ ଜଣ ଅଛନ୍ତି । ପାକିସ୍ତାନ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ପୂର୍ବରୁ, ଏଠାରେ ସବୁବେଳେ ଦିଲ୍ଲୀ ପୁଲିସ କର୍ମଚାରୀ ନିୟୋଜିତ ହେଉଥିଲେ। ବର୍ତ୍ତମାନ ଗଣମାଧ୍ୟମ ପ୍ରତିନିଧିମାନେ କେବଳ ଏଠାରେ ଉପସ୍ଥିତ ଅଛନ୍ତି।

ଅକ୍ଷୟ ତୃତୀୟାରେ ଶନି-ଗୁରୁ ଚଳନ: ଏହି ରାଶିଙ୍କୁ କରିବେ ଧନୀ, ମିଳିବ ଚାକିରି,ବଢିବ ଦରମା..

- Advertisement -

‘ହେ ଭଗବାନ ଆମକୁ ରକ୍ଷା କର’; ଦେଖନ୍ତୁ ପହଲଗାମ୍‌ ଆକ୍ରମଣ ସମୟର ଆଉ ଏକ ଛାତିଥରା ଭିଡିଓ

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories