ମାଲକାନଗିରି : ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଏସପିଙ୍କ ନିକଟରେ ୬ଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ସମେତ ଆନ୍ଧ୍ରପ୍ରଦେଶର କୋରୁକୁଣ୍ଡା ଅଞ୍ଚଳରେ ବହୁ ମାଓ ହିଂସାରେ ଏମାନେ ସମ୍ପୃକ୍ତ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓ ସଂଗଠନର ଗାଲିକୋଣ୍ଡା ଓ କୋରୁକଣ୍ଡା ଦଳର କୋରା ରାଜବାବୁ, ୱାତୁଲା ସେତୁ, ୱାତୁଲା ରାମଖ୍ରୀଷ୍ଣା, ରାବି, କୋରା ମାଲାନ୍ନା, ପାଙ୍ଗି ଭାଷ୍କାର ରାଓ। ଆତ୍ମସମର୍ପଣ ନିୟମ ଅନୁଯାୟୀ ସେମାନଙ୍କ ନାମରେ ଥିବା ୪ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ବିଶାଖା ଗ୍ରାମାଞ୍ଚଳ ଏସ.ପି ରାହୁଲଦେବ ୱାର୍ମା ପ୍ରକାଶ କରିଛନ୍ତି।
Popular Categories



