www.samajalive.in
Sunday, December 14, 2025
23.1 C
Bhubaneswar

୩୨୦୦ କୋଟିର ଟିଡିଏସ୍‌ ଦୁର୍ନୀତି

ଆୟକର ବିଭାଗକୁ ଚୂନ ଲଗାଇଲେ ୪୪୭ କମ୍ପାନୀ

ନୂଆଦିଲ୍ଲୀ : ନିରବ ମୋଦିଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ମହାଠକେଇ କରାଯିବା ପରେ ଏବେ ଆଉ ଏକ ବଡ ଦୁର୍ନୀତିର ପର୍ଦାଫାସ କରିଛି ଆୟକର ବିଭାଗ। ଉତ୍ସରୁ ଟିକସ ବାଦ୍‌ (ଟିଡିଏସ୍‌) କ୍ଷେତ୍ରରେ ୩୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତି ଘଟଣା ଏବେ ପଦାକୁ ଆସିଛି। ୪୪୭ କମ୍ପାନୀ ଏହି ଦୁର୍ନୀତି ସହ ଜଡିତ ଅଛନ୍ତି। ଏହି କମ୍ପାନୀଗୁଡିକ ଆୟକର ବିଭାଗକୁ ଚୂନ ଲଗାଇ ଏହି ବହୁ କୋଟି ଟଙ୍କାର ଦୁର୍ନୀତି ସଂଘଠିତ କରିଛନ୍ତି।
ଦେଶର ୪୪୭ କମ୍ପାନୀ ସେମାନଙ୍କର କର୍ମଚାରୀଙ୍କ ଦରମାରୁ ଟିଡିଏସ୍‌ କାଟ୍‌ କରି ନେଇଥିଲେ ସୁଦ୍ଧା ତାହାକୁ ସରକାରୀ ଖାତାରେ ଜମା କରିନାହାନ୍ତି। ସେହି ଟିଡିଏସ୍‌ ବାବଦ ଅର୍ଥକୁ କମ୍ପାନୀଗୁଡିକ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟରେ ବିନିଯୋଗ କରିଥିବା ଜଣାଯାଇଛି। ୨୦୧୭ ଏପ୍ରିଲରୁ ଚଳିତ ମାସ ମଧ୍ୟରେ ଏହି ୪୪୭ କମ୍ପାନୀ କର୍ମଚାରୀଙ୍କ ଟିଡିଏସ୍‌ ଅର୍ଥ ଜମା କରିବାରେ ବିଫଳ ହୋଇଥିବା ତଦନ୍ତରୁ ଜଣାଯାଇଛି। ଆୟକର ବିଭାଗର ଟିଡିଏସ୍‌ ୟୁନିଟ୍‌ ପକ୍ଷରୁ ଏହି ଦୁର୍ନୀତି ସହ ସମ୍ପୃକ୍ତ ଥିବା କମ୍ପାନୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କେତେକ ମାମଲାରେ ବିଭାଗ କିଛି କମ୍ପାନୀଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି କରିଛି। ଏଭଳି ମାମଲାରେ ଦୋଷୀସାବ୍ୟସ୍ତ ହେଲେ ଜଣକୁ ସର୍ବନିମ୍ନ ୩ ମାସରୁ ୭ବର୍ଷ ଯାଏ କଠୋର ଜେଲଦଣ୍ଡ ସହ ଜୋରିମାନା ଦେବାକୁ ହେବ। ଏହି ଦୁର୍ନୀତି ସହ ଜଡିତ ଥିବା ୪୪୭ କମ୍ପାନୀଙ୍କ ମଧ୍ୟରେ ବିଶେଷ କରି ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା, ଭିତ୍ତିଭୂମି କମ୍ପାନୀ, ଷ୍ଟାର୍ଟ ଅପ୍‌ ଏବଂ ଫ୍ଲାଏ ବାଏ ନାଇଟ୍‌ ଅପରେଟର ରହିଛନ୍ତି। ଏଥିସହ ରାଜନୈତିକ ସମ୍ପର୍କ ଥିବା ଦେଶର ଏକ ବୃହତ୍‌ ବିଲ୍ଡରର ସମ୍ପୃକ୍ତି ଥିବା କୁହାଯାଉଛି। ଏହି ବିଲ୍ଡର କମ୍ପାନୀ ଟିଡିଏସ୍‌ ବାବଦରେ ୧୦୦ କୋଟି ଟଙ୍କା ଅନ୍ୟତ୍ର ବିନିଯୋଗ କରି୍‌ଥିବା ଜଣାପଡିଛି। ୪୪୭ ମାମଲାରେ କମ୍ପାନୀଗୁଡିକ ୩୨୦୦ କୋଟି ଟଙ୍କା କାଟି ନେଇଥିଲେ ମଧ୍ୟ ତାହାକୁ
ସରକାରୀ ଖାତାରେ ଜମା କରି ନ ଥିବା ଅଭିଯୋଗ ହୋଇଛି। ଟିଡିଏସ୍‌ ହେଉଛି ଏକ ଅଗ୍ରିମ ଟିକସ ଯାହାକୁ ବେତନ ଏବଂ କମିସନ୍‌ ଭଳି ପେମେଣ୍ଟ କ୍ଷେତ୍ରରେ ଲାଗୁ କରାଯାଇଥାଏ। ଯଦି ବେତନ କିମ୍ବା କମିସନ ଏକ ନିର୍ଦ୍ଧାରିତ ସୀମା ଉପରକୁ ହୋଇଥାଏ ସେହି କ୍ଷେତ୍ରରେ ଟିଡିଏସ୍‌ କାଟ୍‌ କରି ନିଆଯାଇ ତାହାକୁ ସରକାରୀ ଖାତାରେ ଜମା କରାଯାଇଥାଏ। କମ୍ପାନୀ କିମ୍ବା ଜଣେ ବ୍ୟକ୍ତି ବିଶେଷ ଟିଡିଏସ୍‌ କାଟ୍‌ କରିବା ପରେ ପେମେଣ୍ଟ କରିଥାନ୍ତି। ଆୟକର ଆଇନ ଅନୁଯାୟୀ, ଟିଡିଏସ୍‌ ପଇଠ କରିବାରେ ବିଫଳ ହେଲେ କଠୋର ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଗତ ମାସରେ ବେଙ୍ଗାଲୁରୁଠାରେ ୫ କୋଟି ଟଙ୍କାର ଟିଡିଏସ୍‌ ଅର୍ଥ ଫେରସ୍ତ ଦୁର୍ନୀତି ଘଟଣା ପଦାକୁ ଆସିଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories