ବେଜିଂ : ଚୀନ ଏହାର ପ୍ରତିରକ୍ଷା ବଜେଟକୁ ୧୭,୫୦୦କୋଟି ଡଲାରକୁ ବୃଦ୍ଧି କରିଛି। ଗତବର୍ଷ ତୁଳନାରେ ଏହାର ୮.୧ ପ୍ରତିଶତ ଅଧିକ। ଚୀନର ଏହି ପ୍ରତିରକ୍ଷା ବଜେଟ୍ ଭାରତର ପ୍ରତିରକ୍ଷା ବଜେଟର ତିନିଗୁଣରୁ ଅଧିକ। ସୈନ୍ୟ ବାହିନୀର ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଚୀନ ଏହାର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରିଛି। ସୋମବାର ଚୀନ ସରକାର ନ୍ୟାସନାଲ ପିପୁଲ୍ସ କଂଗ୍ରେସ ନିକଟରେ ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଛନ୍ତି। ଉପସ୍ଥାପିତ ବଜେଟ୍ ଅନୁଯାୟୀ ପ୍ରତିରକ୍ଷା ବାବଦ ଖର୍ଚ୍ଚ ପାଇଁ ୧.୧୧ ଟି୍ରଲିୟନ ୟାନ (୧୭୫ ବିଲିୟନ ଡଲାର) ବରାଦ କରାଯାଇଛି। ଗତବର୍ଷ ଚୀନର ପ୍ରତିରକ୍ଷା ବଜେଟ୍ ପରିମାଣ ୧୫,୦୦୫କୋଟି ଡଲାର। ଆମେରିକା ପରେ ଚୀନର ପ୍ରତିରକ୍ଷା ବଜେଟ୍ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ଆମେରିକାର ପ୍ରତିରକ୍ଷା ବଜେଟ୍ ଏବେ ୬୮,୬୦୦କୋଟି ଡଲାର। ଭାରତର ପ୍ରତିରକ୍ଷା ବଜେଟ୍ ମାତ୍ର ୪,୬୦୦କୋଟି ଡଲାର।
Popular Categories



