ଖାଇବା ପରେ ଭୁଲ୍ରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ : ହେବ ଅନେକ କ୍ଷତି
ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ଖାଦ୍ୟ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ। ତେଣୁ ଉଚିତ ଖାଦ୍ୟ ଗ୍ରହଣ ପ୍ରତି ସର୍ବଦା ଧ୍ୟାନ ଦେବା ଜରୁରୀ। ହେଲେ କେବଳ ଖାଦ୍ୟ ଖାଇଦେଲେ ହିଁ ଆମକୁ ସମସ୍ତ ଆବଶ୍ୟକୀୟ ଉପାଦାନ ମିଳିଯିବ ତାହା ନୁହେଁ। ବରଂ ଖାଇବା ପରେ ମଧ୍ୟ ଏପରି କିଛି କାମ ଅଛି ଯାହାକୁ କରିବା ଦ୍ବାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଆମର ବହୁତ କ୍ଷତି ହୋଇଥାଏ। ସେଥିପ୍ରତି ସଚେତନ ରହି ଖାଦ୍ୟ ଗ୍ରହଣ ପରେ ସେହି ସବୁ କାମ କରିବାରୁ ନିବୃତ ରହିବା ଉଚିତ। ତେବେ ଆସନ୍ତୁ ଜାଣିବା ଖାଇବା ପରେ କେଉଁ ସବୁ କାମ କରିବା ଅନୁଚିତ-
୧- ଶୁଅନ୍ତୁ ନାହିଁ : ଖାଇବା ପରେ ସଙ୍ଗେସଙ୍ଗେ ଶୁଅନ୍ତୁ ନାହିଁ। କାରଣ ଖାଦ୍ୟ ହଜମ ହେବା ପାଇଁ ସମୟ ଲାଗିଥାଏ ଏବଂ ଖାଦ୍ୟ ହଜମ ନହେବା କାରଣରୁ ପେଟରେ ଗ୍ୟାସ୍ ହେବା ସହ ଅନେକ ପେଟ ସମସ୍ୟା ଦେଖା ଦେଇଥାଏ ଓ ଏହା ଶରୀରକୁ କ୍ଷତି ପହଞ୍ଚିଥାଏ।
୨- ଧୂମପାନ କରନ୍ତୁ ନାହିଁ : ଖାଇବା ପରେ ସଙ୍ଗେ ସଙ୍ଗେ ଧୂମପାନ କରିବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। କାରଣ ଖାଦ୍ୟ ଖାଇବା ପରେ ପିଉଥିବା ଗୋଟିଏ ସିଗାରେଟ ଦଶଟି ସିଗାରେଟ ସହିତ ସମାନ ହୋଇଥାଏ। ଏହାଦ୍ୱାରା କର୍କଟ ରୋଗ ହେବାର ବହୁତ ସମ୍ଭାବନା ଥାଏ।
୩- ଚା’ କିମ୍ବା କଫି ପିଅନ୍ତୁ ନାହିଁ : ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ପିଅନ୍ତୁ ନାହିଁ। କାରଣ ଏହାଦ୍ୱାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଖାଇବାର ଏକ ବା ଦୁଇ ଘଣ୍ଟା ପରେ ଚା, କଫି ପିଇବା ଉଚିତ।
୪- ଫଳ ଖାଆନ୍ତୁ ନାହିଁ : ଖାଇବା ପରେ ତୁରନ୍ତ ଫଳ ଖାଇବା ଦ୍ୱାରା ସମ୍ପୂର୍ଣ ପୋଷଣ ମିଳିପାରେ ନାହିଁ। ସେଥିପାଇଁ ଖାଇବାର ପ୍ରାୟ ଏକ ଘଣ୍ଟା ପରେ ଫଳ ଖାଇବା ଉଚିତ।
୫- ବେଲ୍ଟ ଢିଲା କରନ୍ତୁ ନାହିଁ : କିଛି ଲୋକ ଖାଇବା ପୂର୍ବରୁ ହିଁ ବେଲ୍ଟକୁ ଢିଲା କରି ଦିଅନ୍ତି ଏପରି କରିବା ଦ୍ୱାରା ମଣିଷ ନିଜର ଖାଇବା ଅନୁପାତ ବଢ଼ାଇ ଦେଇଥାଏ। ସେଥିପାଇଁ କେବଳ ସେତିକି ଖାଆନ୍ତୁ ଯେତିକି ଆପଣଙ୍କୁ ଭୋକ ଲାଗୁଛି ।
୬- ଖାଇବା ପରେ ଗାଧାନ୍ତୁ ନାହିଁ : ଖାଇବା ପରେ ସଙ୍ଗେସଙ୍ଗେ ଗାଧୋଇଲେ ରକ୍ତ ପ୍ରବାହ ବଢି ଯାଇଥାଏ। ଏହାଦ୍ୱାରା ପେଟରେ ରକ୍ତ ପ୍ରବାହ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ ।
୭- ଚାଲନ୍ତୁ ନାହିଁ : ଖାଇବା ପରେ ସଙ୍ଗେସଙ୍ଗେ ଚାଲିବାକୁ ଯାଆନ୍ତୁ ନାହିଁ। ଯଦି ଆପଣଙ୍କୁ କୁଆଡ଼େ ଯିବାର ଅଛି ତାହେଲେ କିଛି ସମୟ ପରେ ଯାଆନ୍ତୁ। କାରଣ ଖାଇବା ପରେ ଚାଲିବା ଦ୍ୱାରା ଏହା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ।
୮- ବ୍ୟାୟାମ କରନ୍ତୁ ନାହିଁ : ଖାଇବା ପରେ ବ୍ୟାୟାମ କରିବା ଦ୍ୱାରା ଥକ୍କାପଣ ଅନୁଭବ ହେବା ସହ ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ଖାଇବା ପରେ ବ୍ୟାୟାମ କରନ୍ତୁ ନାହିଁ।
୯- ଦାନ୍ତ ଘଷନ୍ତୁ ନାହିଁ : ଖାଇବା ପରେ ତୁରନ୍ତ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ଦୁର୍ବଳ ହୋଇଯାଇଥାଏ। ସେଥିପାଇଁ ଖାଇବା ପରେ ସଙ୍ଗେସଙ୍ଗେ ନୁହେଁ ବରଂ ଅଧଘଣ୍ଟା ପରେ ଦାନ୍ତ ଘଷନ୍ତୁ।
୧୦- ଥଣ୍ଡା ପାଣି ପିଅନ୍ତୁ ନାହିଁ : ଖାଇବାର ଠିକ ପରେ ଥଣ୍ଡା ପାଣି ପିଇବା ଉଚିତ ନୁହେଁ। କାରଣ ଏହାଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୁଏ ନାହିଁ। ଏହାଦ୍ୱାରା ଏସିଡ଼ିଟି, ବଦହଜମି ଏବଂ ପେଟରେ ଅନେକ ସମସ୍ୟା ଦେଖା ଦେବାର ସମ୍ଭାବନା ଥାଏ। ତେଣୁ ଖାଦ୍ୟ ଖାଇବାର ୪୫ ମିନିଟ ପରେ ପାଣି ପିଅନ୍ତୁ ।
Comments are closed.