www.samajalive.in
Wednesday, December 10, 2025
15.1 C
Bhubaneswar

୩ ଦିନିଆ ରୁଷ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତିନିଦିନିଆ ରୁଷ ଗସ୍ତରେ ଯିବେ। ରୁଷର ଭ୍ଲାଡିଭଷ୍ଟକ୍‍ ସହରରେ ଆୟୋଜିତ ହେଉଥିବା ପଞ୍ଚ ପ୍ରାଚ୍ୟ ଆର୍ଥିକ ମଞ୍ଚ ବା ଇ.ଇ.ଏଫ୍‍. ଶିଖର ବୈଠକରେ ସେ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ-ରୁଷ ବିଂଶତମ ଶିଖର ବୈଠକରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ତୈଳ ଓ ବାଷ୍ପ ଉତ୍ତୋଳନ ନେଇ ଭାରତ ଓ ରୁଷ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହାକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରିବେ।

ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ଆଣବିକ ଶକ୍ତି ବିନିଯୋଗ କ୍ଷେତ୍ରରେ ଯେଉଁ ସହଯୋଗ ରହିଛି ସେହି ସମ୍ପର୍କର ଊର୍ଦ୍ଧ୍ବକୁ ଯାଇ ଆହୁରି ଅଧିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଦ୍ୟମ କରାଯିବ। ଖଣି, ଦକ୍ଷତା ବିକାଶ ଇସ୍ପାତ, ଔଷଧପତ୍ର, ଶିକ୍ଷା ଏବଂ କୃଷି ଆଦି କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦ୍ୱିପକ୍ଷିୟ ମଧ୍ୟରେ ଏକାଧିକ ବୁଝାମଣା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ବୈଦେଶିକ ସଚିବ ଗୋଖଲେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories