ଗର୍ଭବତୀଙ୍କ ପାଇଁ ଶୋଇବା ସମ୍ବନ୍ଧୀୟ କିଛି ଟିପ୍ସ
ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ଗର୍ଭାବସ୍ଥା ସମୟରେ ମହିଳାମାନଙ୍କର ବିଶେଷ ଯତ୍ନ ନିଆଯାଇଥାଏ। ଏହାସହିତ ଗର୍ଭବତୀ ମହିଳା ନିଜେ ମଧ୍ୟ ଖୁବ୍ ସଚେତନ ରହିବା ଆବଶ୍ୟକ ହୋଇଥାଏ। ଏହି ସମୟରେ ଟିକେ ଅଣଦେଖା କଲେ ପରିଣାମ ବହୁତ ମାରାତ୍ମକ ହୋଇଥାଏ। ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ଶୋଇବାକୁ ମଧ୍ୟ ଗୁରୁତ୍ଵ ଦେବାକୁ ପଡ଼ିଥାଏ। ଏହି ସମୟରେ ପ୍ରାୟତଃ ମହିଳାମାନଙ୍କୁ ଠିକ୍ ଭାବେ ନିଦ ହୋଇ ନ ଥାଏ। ଫଳରେ ଏହା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାସହିତ ଭୁଲ୍ ଶୈଳୀରେ ଶୋଇବା ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କ’ଣ କଲେ ଉତ୍ତମ ନିଦ୍ରା ହେବ ଓ ଏହି ସମୟରେ ଶୋଇବାର ଉଚିତ୍ ଶୈଳୀ ବିଷୟରେ –
-ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୁଅନ୍ତୁ ନାହିଁ। କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ କଡ଼ ମାଡ଼ି ଶୋଇବା ଅଭ୍ୟାସ କରନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।
-ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ। ଛାତି ଜଳାପୋଡ଼ା ସମସ୍ୟାରୁ ରକ୍ଷା ପାଇବା ପାଇଁ ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
-ଏହି ସମୟରେ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦ ଓ ଆଣ୍ଠୁ ଯନ୍ତ୍ରଣା କମ୍ ହେବ।
-ଦିନରେ ବାରମ୍ୱାର କିଛି ନା କିଛି ଖାଆନ୍ତୁ। କାରଣ ଖାଲି ପେଟରେ ରହିଲେ ବାନ୍ତି ହେବାର ସମ୍ଭାବନା ରହିଥାଏ।
-ଗର୍ଭାବସ୍ଥା ସମୟରେ ମହିଳାମାନେ ଶଯ୍ୟାର ଦୁଇ ପାର୍ଶ୍ବରେ ତକିଆ ଦେଇ ଶୋଇବା ଉଚିତ୍।
-ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧୋଇଲେ ଶାନ୍ତ ଓ ଆରାମ ଅନୁଭବ ହେବା ସହ ଭଲ ନିଦ ମଧ୍ୟ ହୋଇଥାଏ।
Comments are closed.