ପାକିସ୍ତାନୀ ରାଜନେତା ଗାଇଲେ ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା’
ଲଣ୍ଡନ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସମ୍ପୂର୍ଣ୍ଣ ପାକିସ୍ତାନ ଏବେ ଭାରତ ବିରୋଧୀ ମନ୍ତବ୍ୟ ଦେଉଛି। ଏହି ସମୟରେ ପାକିସ୍ତାନର ମୁତ୍ତାହିଦା କୌମି ମୁଭମେଣ୍ଟ୍(ଏମ୍କ୍ୟୁଏମ୍)ର ପ୍ରତିଷ୍ଠାତା ଅଲ୍ତାଫ୍ ହୁସୈନ ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା’ ସଙ୍ଗୀତ ଗାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଯାହା ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏକ ସମ୍ବାଦ ସରବରାହ ସଂସ୍ଥା ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରିଛି। ଯେଉଁଥିରେ ଦେଖିବାକୁ ମିଳିଛି ହୁସୈନ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହ ଭାରତର ସବୁଠାରୁ ଅଧିକ ଲୋକପ୍ରିୟ ଦେଶଭକ୍ତି ସଙ୍ଗୀତ ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା’ କୁ ଗାଉଛନ୍ତି।
ସୂଚନାଯୋଗ୍ୟ, ପାକ୍ର ଏହି ପୂର୍ବତନ ରାଜନେତା ହୁସୈନ ବ୍ରିଟେନରେ ବସବାସ କରୁଥିବା ମୂଳତଃ ଜଣେ ପାକିସ୍ତାନୀ ନାଗରିକ। ସେ ୧୯୯୦ ମସିହାରେ ବ୍ରିଟେନ୍ ସରକାରଙ୍କ ଶରଣ ପଶିଥିଲେ ଏବଂ ପରେ ସେଠାକାର ନାଗରିକତ୍ୱ ପାଇଥିଲେ। କୁହାଯାଏ ଯେ ଏମ୍କ୍ୟୁଏମ୍ ଦଳ ପାକିସ୍ତାନର କରାଚୀରେ ପ୍ରାୟ ତିନି ଦଶକ ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଥିଲା। ହୁସୈନ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାର ସମ୍ମାନ କରିବା, ତାଲିବାନଙ୍କ ବିରୋଧ ଓ ଭାରତ ସହ ବିଭାଜନ ପ୍ରସଙ୍ଗକୁ ନେଇ ଖୋଲାଖୋଲି ମନ୍ତବ୍ୟ ପାଇଁ ମଧ୍ୟ ବେଶ୍ ଜଣାଶୁଣା।
#WATCH London: Founder of Pakistan’s Muttahida Qaumi Movement (MQM) party, Altaf Hussain sings ‘Saare jahan se acha Hindustan hamara.’ pic.twitter.com/4IQKYnJjfB
— ANI (@ANI) 31 August 2019
Comments are closed.