www.samajalive.in
Friday, December 12, 2025
16.1 C
Bhubaneswar

ଇଣ୍ଟରପୋଲ୍‍ର ଦୀର୍ଘସୂତ୍ରୀ ଯୋଜନା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସଂଗ୍ରାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଇଣ୍ଟରପୋଲ୍‍ର ମହାସଚିବ ଜର୍ଜେନ୍‍ ଷ୍ଟକ୍‍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦ ସଙ୍ଘଠିତ ତଥା ସମ୍ଭାବ୍ୟ ହିଂସା ଓ ସାଇବର ଅପରାଧ ହେଉଛି ଇଣ୍ଟରପୋଲ୍‍ର ଦୃଷ୍ଟିନିବଦ୍ଧ କ୍ଷେତ୍ର। ଷ୍ଟକ୍‍ ନୂଆଦିଲ୍ଲୀରେ ଶାହାଙ୍କୁ ସାକ୍ଷାତ୍‍ କରିଛନ୍ତି। ବୈଠକ କାଳରେ ଶାହା ନିଶାଦ୍ରବ୍ୟ ଚୋରାଚାଲାଣ, ଆନ୍ତର୍ଜାତିକ ଆତଙ୍କବାଦ, କଳାଧନ ଓ ବେଆଇନ ଅର୍ଥ କାରବାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶୂନ୍ୟ ସହିଷ୍ଣୁତାର ଆଭିମୁଖ୍ୟ ସମ୍ପର୍କରେ ଷ୍ଟକ୍‍ଙ୍କୁ ଅବଗତ କରାଇଥିଲେ। କେବଳ ଏସୀୟ ଅଞ୍ଚଳରେ ନୁହେଁ, ବରଂ ସମଗ୍ର ବିଶ୍ୱ ପ୍ରତି ଦେଖାଦେଇଥିବା ଏହି ବିପଦର ମୁକାବିଲାପାଇଁ ଦୀର୍ଘସୂତ୍ରୀ ନୀତିଗତ କାର୍ଯ୍ୟାନ୍ୱୟନ ଯୋଜନାର ତୁରନ୍ତ ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ରେଡ୍‍ କର୍ଣ୍ଣର୍‍ ନୋଟିସ୍‍ ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ଶାହା ଉଦ୍‍ବେଗ ପ୍ରକାଶ କରିବା ସହିତ ଏହାର ପ୍ରକାଶନକୁ ଗତିଶୀଳ କରିବା ପାଇଁ ସଫଳତାର ସହ କାର୍ଯ୍ୟ କରିବାରେ ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ଏପରି ସହଯୋଗଦ୍ୱାରା ପଳାତକ ଆର୍ଥିକ ଅପରାଧି ଓ ଆତଙ୍କବାଦମାନଙ୍କୁ ଗିରଫ କରିବା ସହଜ ହୋଇପାରିବ।

ଆତଙ୍କବାଦ ବିରୋଧରେ ବର୍ଷ ବର୍ଷ ଧରି ସଂଗ୍ରାମ ଫଳରେ ଭାରତୀୟ ଗୁଇନ୍ଦା ତଥା ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିପାରିଥିବା ବିଷୟ ସ୍ୱରାଷ୍ଟ୍ର ମନ୍ତ୍ରୀ ମହାସଚିବଙ୍କୁ ଅବଗତ କରାଇଥିଲେ। ଆସନ୍ତା ୨୦୨୨ ମସିହାରେ ଭାରତୀୟ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ନୂଆଦିଲ୍ଲୀରେ ଇଣ୍ଟରପୋଲ୍‍ର ସାଧାରଣ ଅଧିବେଶନ ଆୟୋଜନ ପାଇଁ ଶାହା ଏହି ବୈଠକରେ ପ୍ରସ୍ତାବ ରଖିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories