www.samajalive.in
Thursday, December 11, 2025
16.1 C
Bhubaneswar

ସାରା ଦେଶରୁ ୬୦, ଓଡିଶାରୁ ୨ ଛାତ୍ରଛାତ୍ରୀ ମୋଦୀଙ୍କ ସହ ଦେଖିବେ ଚନ୍ଦ୍ରଯାନ – ୨ ଅବତରଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚନ୍ଦ୍ରଯାନ – ୨ର ଅବତରଣ ଦେଖିବା ପାଇଁ ଓଡିଶାରୁ ୨ ଜଣ ମନୋନୀତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବନ୍ଧବହାଲ ଡିଏଭି ପବ୍ଲିକ୍‍ ସ୍କୁଲର ୮ମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶରନ୍ୟା ନନ୍ଦ ଏଭଳି ସୁଯୋଗ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୁତ ଅନ୍‍ଲାଇନ୍‍ ସ୍ପେସ୍‍ କୁଇଜ୍‍ ୨୦୧୯ ପ୍ରତିଯୋଗିତାରେ ଚିନ୍ମୟ ଓ ଶରଣ୍ୟ ଦେଶର ୬୦ ଜଣଙ୍କ ମଧ୍ୟରେ ଏହି କୃତିତ୍ୱ ହାସଲ କରିଛନ୍ତି। ସାରା ଦେଶରୁ ଏଥିପାଇଁ ୬୦ ଜଣଙ୍କୁ ଅନଲାଇନ କ୍ୱିଜ ଦ୍ୱାରା ଚୟନ କରାଯାଇଛି।

ସେପ୍ଟେମ୍ବର ୭ ତାରିଖ ରାତି ୧ଘଣ୍ଟା ୫୫ମିନିଟରେ ଉଭୟ ଚିନ୍ମୟ ଓ ଶରନ୍ୟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ଚନ୍ଦ୍ରଯାନ – ୨ର ଅବତରଣ ସମୟର ସିଧାସଳଖ ପ୍ରସାରଣ ଦେଖିବେ। ଅଗଷ୍ଟ ୧୦ରୁ ୨୫ ପର୍ଯ୍ୟନ୍ତ ହୋଇଥିବା ଅନଲାଇନ କ୍ୱିଜ ପରୀକ୍ଷାରେ ସର୍ବାଧିକ ସ୍କୋର କରି ଏହି ସୁଯୋଗ ପାଇଛନ୍ତି। ମାତ୍ର ୧୦ ମିନିଟରେ ୨୦ଟି ପ୍ରଶ୍ନର ଉତ୍ତର ଦେଇ ଦେଶର ୬୦ ଜଣଙ୍କ ସହ ସେମାନେ ଏହି ସଫଳତା ପାଇଛନ୍ତି। ଇସ୍ରୋ ବେଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟାଳୟରେ ଥିବା ଟେଲିମେଟ୍ରି, ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ କେନ୍ଦ୍ରରେ ସେମାନେ ଚନ୍ଦ୍ରଯାନ – ୨ ଅବତରଣ ଦେଖିବେ। ଚିନ୍ମୟଙ୍କ ପିତା ପଙ୍କଜ କୁମାର ଚୌଧୁରୀ ଏବଂ ମାତା ଦୀପ୍ତିରଣୀ ପଟେଲ ଓ ଶରନ୍ୟାଙ୍କ ପିତା ସମୀର କୁମାର ନନ୍ଦ ଏବଂ ମାତା ସୁଲଭା ନନ୍ଦ ଏହି ସଫଳତାରେ ଆନନ୍ଦ ପ୍ରକାଶ କରିଛନ୍ତି। ଶରନ୍ୟା ମଧ୍ୟ ପୂର୍ବରୁ ୨୦୧୭ରେ ସ୍ୱଚ୍ଛତା ଉପରେ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories