www.samajalive.in
Saturday, December 13, 2025
18.1 C
Bhubaneswar

୧୭ ବର୍ଷରୁ କମ୍‍ ମହିଳାଙ୍କୁ ନେଇ ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଏଫଏସଡିଏଲ୍‍

ମୁମ୍ବଇ:ଭାରତରେ ଫୁଟବଲର ତ୍ୱରିତ ବିକାଶ, ବିଶେଷ କରି ବାଳିକାମାନଙ୍କୁ ଏହି ଖେଳରେ ସୁଦକ୍ଷ କରାଇବା ଲକ୍ଷ୍ୟରେ ଫୁଟବଲ୍‍ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିମିଟେଡ୍‍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ନୀତା ଅମ୍ବାନି ଦୁଇଟି ପ୍ରମୁଖପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଫୁଟବଲ୍‍ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିମିଟେଡ୍‍ (ଏଫଏସଡିଏଲ୍‍) ୨୦୧୯-୨୦ ବର୍ଷରୁ ୪-ଟିମ୍‍ ଫର୍ମାଟ୍ରେନ ୧୭ ବର୍ଷରୁ କମ୍‍ ମହିଳା ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟ ସହ ଚିଲଡ୍ରେନ ଲିଗ୍‍ ଆୟୋଜନ କରିବ। ମୁମ୍ବଇଠାରେ ଗୁରୁବାର ଇଣ୍ଡିଆନ୍‍ ସୁପରଲିଗ୍‍ କ୍ଲବ ଓନର୍ସ ମିଟରେ ଉଦଘାଟନ ଦେବା ଅବସରରେ ଶ୍ରୀମତୀ ଅମ୍ବାନି ଏହିପଦକ୍ଷେପ ବିଷୟରେ ଘୋଷଣା କରିଥିଲେ।୧୭ ବର୍ଷରୁ କମ୍‍ ମହିଳା ଟୁର୍ଣ୍ଣାମେଣ୍ଟ ପାଇଁ ୪-ଟିମ୍‍ ଫର୍ମାଟରେ ୧୦୦ରୁ ଉର୍ଦ୍ଧ ମହିଳା ଭାଗ ନେବେ। ୨୦୨୦ ଅକ୍ଟୋବରରେ ଭାରତ ଫିଫା ୧୭ ବର୍ଷରୁ କମ୍‍ ମହିଳା ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ଭାରତୀୟ ଟିମ୍‍ ଚୟନ ପାଇଁ ପ୍ରତିଭା ପ୍ରଦର୍ଶନ ସକାଶେ ଖେଳାଳିମାନଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ୧୭ ବର୍ଷରୁ କମ୍‍ ମହିଳା ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ମଧ୍ୟ ଭାଗରେ ଆୟୋଜନ ପାଇଁ ସ୍ଥିର କରାଯାଇଛି। ଏହା ଷ୍ଟାର ସ୍ପୋର୍ଟ୍ସ, ହଟ୍‍ ଷ୍ଟାର୍‍ ଏବଂ ଜିଓ ଟିଭିରେ ପ୍ରସାରିତ ହେବ।ଦେଶରେ ଫୁଟବଲ୍ରୋ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଇଏସ୍ଏରଲ୍‍ ଚିଲଡ୍ରେନ ଲିଗ୍‍ ସମ୍ପର୍କରେ ବୈଠକରେ ଘୋଷଣା କରାଯାଇଛି। ଆଗାମୀ ୩ ବର୍ଷରେ ଦେଶର ୧୨ଟି ରାଜ୍ୟରେ ୬, ୮, ୧୦ ଏବଂ୧୨ ବର୍ଷ ବୟସ ବର୍ଗର ୩୮,୦୦୦ରୁ ଉଦ୍ଧ ପିଲାଙ୍କୁ ନେଇ ଆଇଏସ୍ଏେଲ୍‍ ଚିଲଡ୍ରେନ ଲିଗ ପର୍ୟ୍ୟବେଷିତ ହେବ। ପ୍ରଥମ ପର୍ୟ୍ୟାୟରେ, ଚିଲଡ୍ରେନ ଲିଗ୍‍ ୩ଟି ରାଜ୍ୟ ଯଥା- ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟରେ ୧୫ଟି ଜିଲାକୁ ନେଇ ଆରମ୍ଭ ହେବ, ପ୍ରତ୍ୟେକ ସ୍ଥାନରେ ଏହାର ନିଜସ୍ୱ ଲିଗ୍‍ ଆୟୋଜିତ ହେବ। ୨୦୨୧-୨୨ ସୁଦ୍ଧା ଚିଲଡ୍ରେନ ଲିଗରେ ୧୨ଟି ରାଜ୍ୟରେ ୪୦ଟି ଜିଲାର ୩୮,୦୦୦ରୁ ଉର୍ଦ୍ଧ ଶିଶୁ ସାମିଲ ହେବା ଲକ୍ଷ୍ୟ ରଖାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories