www.samajalive.in
Tuesday, December 9, 2025
15.1 C
Bhubaneswar

କମ୍‍ ବୟସରେ କେଶର ରଙ୍ଗ ଧଳା ହେବା ସମସ୍ୟାରୁ ମୁକ୍ତି ପାଇବାର ସହଜ ଟିପ୍ସ

ବୟସ ଅଧିକ ହେଲେ କେଶର ରଙ୍ଗ ଧୀରେ ଧୀରେ ଧବଳ ହୋଇଥାଏ। ମାତ୍ର ବର୍ତ୍ତମାନ ସମୟରେ ଏହା ଅଧିକ ବୟସ ହେଲେ ନୁହେଁ ବରଂ କମ ବୟସରେ ମଧ୍ୟ ଏହି ସମସ୍ୟା ସଭିଁଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହି ସମସ୍ୟା ଆରମ୍ଭ ହେବା ମାତ୍ରେ ପ୍ରଥମେ ସଭିଁଏ ଧଳା ରଙ୍ଗର କେଶକୁ ଗୋଟେ ଗୋଟେ କାଢି ଥାଆନ୍ତି। ବହୁ ଲୋକେ ବଜାରରେ ମିଳୁଥିବା କୃତ୍ରିମ କଳା ରଙ୍ଗକୁ ଲଗାଇ କେଶକୁ କଳା କରିଥାଆନ୍ତି। ମାତ୍ର ଏହି ସମସ୍ତ ଉପାୟ ଦ୍ୱାରା କେଶର ରଙ୍ଗ କଳା ହେବା ବ୍ୟତୀତ କେଶର ଅବସ୍ଥା ଖରାପ ହୋଇଯାଏ। ପ୍ରାକୃତିକ ଉପାୟରେ କେଶର ରଙ୍ଗକୁ କଳା କରିବାର ସହଜ ଉପାୟ ବିଷୟରେ ଜାଣନ୍ତୁ ….
କେଶ ପାଇଁ ଆଳୁର ଚୋପା ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ପ୍ରାକୃତିକ ରଙ୍ଗର କାର୍ଯ୍ୟ କରିଥାଏ।। ଆଳୁରେ ଭିଟାମିନ ଏ, ବି, ସି ରହିଥାଏ। ଯାହା ଦ୍ୱାରା ଏହା କେଶରେ ରୂପି ହେବାକୁ ଦେଇନଥାଏ। ଏଥିରେ ଆଇରନ, କ୍ୟାଲସିୟମ, ଜିଙ୍କ, ପୋଟାସିୟମ ଆଦି ରହିଥିବାରୁ ଏହା କେଶର ଉପୁଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଏହି ଆଳୁରୁ କେଶର ରଙ୍ଗ କଳା କରିବା ପାଇଁ ମାସ୍‍ ପ୍ରସ୍ତୁତ କରିବାର ପ୍ରଣାଳୀ ….
ଆଳୁକୁ ଭଲ ଭାବେ ଧୋଇ ଏହାର ଚୋପାକୁ ଛଡ଼ାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଏକ କପ ପାଣିରେ ଏହି ଚୋପାକୁ ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହା ୫ରୁ ୧୦ ମିନିଟ ଗ୍ୟାସରେ ବସାଇ ଏହାକୁ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରୁ ଓହ୍ଲାଇ ଏକ ପାତ୍ର ମଧ୍ୟକୁ କାଢି ଏହାକୁ ଥଣ୍ଡା କରନ୍ତୁ ଓ ଏଥିରେ କିଛି ତେଲ ମିଶାନ୍ତୁ।
ଏହାକୁ ଲଗାଇବାର ପ୍ରଣାଳୀ….
କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। କେଶ ଅଳ୍ପ ଓଦା ଥିବା ଅବସ୍ଥାରେ ଏହାକୁ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।
ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories