www.samajalive.in
Sunday, December 7, 2025
16.1 C
Bhubaneswar

୫ଟି ତୁଳସୀ ପତ୍ରର କରନ୍ତୁ ଏପରି ବ୍ୟବହାର ଦୂର ହୋଇଥାଏ ଜୀବନର ଅନେକ ସମସ୍ୟା

ତୁଳସୀ ବୃକ୍ଷ ପ୍ରତ୍ୟେକଙ୍କ ଘରର ଅଗଣାରେ ରହିଥିବାର ଦେଖିବାକୁ ମିଳିଥାଏ। ଏହି ବୃକ୍ଷ ଓ ଏହାର ପତ୍ରକୁ ଖୁବ ଶୁଭ ବୋଲି ବିବେଚନା ମଧ୍ୟ କରାଯାଏ। ପୂଜାର୍ଚ୍ଚନା ସମୟରେ ଏହାର ପତ୍ରର ପ୍ରୟୋଗ କରାଯାଇଥାଏ। ମାତ୍ର ଆପଣ ହୁଏତ ଜାଣିନଥିବେ ଏହାର ପତ୍ରକୁ ବ୍ୟବହାର କରିବା ଦ୍ୱାରା ଜୀବନର ବହୁ ସମସ୍ୟାକୁ ଦୂର ହୋଇଥାଏ। ଧନ ବୃଦ୍ଧି ଠାରୁ ଆରମ୍ଭ କରି ଗୃହରୁ ନକରାତ୍ମକ ଶକ୍ତି ସମସ୍ତ ସମସ୍ୟାକୁ ଏହା ଦୂର କରିଥାଏ। ଜାଣନ୍ତୁ ଏହା ବିଷୟରେ….
ଯଦି ଆପଣଙ୍କୁ ନିଜ ଘରେ ନକରାତ୍ମକ ଶକ୍ତି ରହିଥିବାର ଅନୁଭବ ହୋଇଥାଏ, ତେବେ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୫ଟି ତୁଳସୀ ପତ୍ର ରଖିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ୫ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ। ପ୍ରତି ୨୪ ଘଣ୍ଟାରେ ଏହି ପତ୍ରକୁ କାଢି ପାଣିରେ ଭସାଇ ପୁଣି ନୂଆ ପତ୍ର ଆଣି ରଖନ୍ତୁ। ଏପରି ନିୟମିତ ୨୧ ଦିନ ଯାଏଁ କରିବା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇନଥାଏ ଓ ଭଲ ପାଇବା ବୃଦ୍ଧି ପାଇଥାଏ।
ତୁଳସୀର ୫ଟି ପତ୍ରକୁ ଏକ ଲାଲ କାଗଜରେ ଗୁଡ଼ାଇ ପୂଜାସ୍ଥାନରେ ରଖି ନିୟମିତ ପୂଜା କରନ୍ତୁ। ପୂଜା କରିବା ସମୟରେ ନିଜ ମନୋସ୍କାମନାକୁ କୁହନ୍ତୁ। କିଛି ଦିନ ଏପରି କରିବା ଯାଏଁ ଆପଣ ଏହାର ଶୁଭଫଳ ନିଜେ ଅନୁଭବ କରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories