www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ଉପରେ ବର୍ଷିଲେ ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳେଇବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ। ଲେହଠାରେ ଅତ୍ୟୁଚ ଗବେଷଣା ପ୍ରତିରକ୍ଷା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ୨୬ତମ ଲଦାଖି କିଷାନ ଜବାନ ବିଜ୍ଞାନ ମେଳାକୁ ଉଦ୍‍ଘାଟନ କରିବା ଅବସରରେ ରାଜନାଥ କହିଛନ୍ତି, କାଶ୍ମୀର ସର୍ବଦା ଭାରତର ଅଂଶ ହୋଇ ରହିଥିଲା ଏବଂ ଭବିଷ୍ୟତରେ ମଧ୍ୟ ରହିବ। କାଶ୍ମୀର କେବେ ପାକିସ୍ତାନର ଥିଲା ବୋଲି ତାହାକୁ ପ୍ରଶ୍ନ କରି ଏହା ସର୍ବଦା ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଆସିଛି ବୋଲି ସେ କହିଛନ୍ତି।

ପାକିସ୍ତାନ ଅଧିକୃତ କାଶ୍ମୀରରେ ହେଉଥିବା ମାନବାଧିକାର ଲଙ୍ଘନ ଓ ଅତ୍ୟାଚାରର ଦୂରୀକରଣ ପ୍ରତି ଆଲୋକପାତ କରିବାକୁ ସେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେହେତୁ ପାକିସ୍ତାନ ଆତଙ୍କବାଦର ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରଚେଷ୍ଟା ଚଳାଇଆସୁଛି ସେଥିପାଇଁ ତାହା ସହ ଆମେ କଥାବାର୍ତ୍ତା କରିବୁ ନାହିଁ। ଭାରତ ପାକିସ୍ତାନକୁ ସର୍ବଦା ଏକ ଉତ୍ତମ ପଡୋଶୀ ଦେଶ ଭାବେ ଦେଖିବାକୁ ଚାହୁଁଛି କିନ୍ତୁ ଏଥିପାଇଁ ପାକିସ୍ତାନକୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବାକୁ ହେବ। ସେ ପୁଣି କହିଛନ୍ତି ଧାରା ୩୭୦ର ଉଚ୍ଛେଦ କ୍ଷେତ୍ରରେ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରୁନାହିଁ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories