www.samajalive.in
Thursday, December 11, 2025
16.1 C
Bhubaneswar

ମାଓବାଦୀ ମୁକାବିଲା ବୈଠକରେ ୩ ଦାବି ଉଠାଇ​‌ଲେ ନବୀନ

ନୂଆଦିଲ୍ଲୀ: ମାଓବାଦୀ ମୁକାବିଲା ପାଇଁ ଦିଲ୍ଲୀରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ୩ଟି ଦାବି ଉଠାଇଛନ୍ତି। ନବରଙ୍ଗପୁର ଏବଂ ମାଲକାନଗିରିକୁ ରେଳ ସଂଯୋଗ କରିବାକୁ ନବୀନ ଦାବି କରିଛନ୍ତି। ଏଥିପାଇଁ ବିନା ମୂଲ୍ୟରେ ଜମି ଯୋଗାଇଦେବା ସହିତ ରାଜ୍ୟ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବ ବୋଲି ବୈଠକରେ ନବୀନ କହିଛନ୍ତି। ସେହିପରି ସମସ୍ତ ମାଓବାଦୀ ଉପଦ୍ରୁତ ବ୍ଲକରେ ବ୍ୟାଙ୍କିଂ ସେବା ଏବଂ ଟେଲିକମ୍‌ ସେବା ଯୋଗାଇଦେବା ଲାଗି ସେ ଦାବି ଉପସ୍ଥାପନ କରିଛନ୍ତି। ଓଡ଼ିଶାର ଏହି ଦାବି ପୂରଣ ନେଇ ଆଶାବାଦୀ ରହିଥିବା ନବୀନ ବୈଠକ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ମୁତାବକ, ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ମାଓବାଦର ମୂଳୋତ୍ପାଟନ କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ନୂଆଦିଲ୍ଲୀରେ ଏକ ବୈଠକ ଡକାଇଥିଲେ। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂବେଶ ବଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରମୁଖ ଯୋଗଦେଇଥିଲେ। ଅମିତ ଶାହ ସ୍ବରାଷ୍ଟ ମନ୍ତ୍ରଣାଳୟର କାର୍ଯ୍ୟଭାର ସମ୍ଭାଳିବାର ପାଖାପାଖି ୩ମାସ ପରେ ପ୍ରଥମ ଥର ଲାଗି ନିଜ ତରଫରୁ ଏହି ବୈଠକ ଡକାଇଥିଲେ। ବୈଠକରେ ଅର୍ଦ୍ଧସାମରିକ ବଳ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories