www.samajalive.in
Saturday, December 6, 2025
26.1 C
Bhubaneswar

ରାଜନୀତିକୁ ଓହ୍ଲାଇବେ ସଞ୍ଜୟ ଦତ୍ତ !

ମୁମ୍ବଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ରାଜନୀତିକୁ ଓହ୍ଲାଇବେ। ଖୁବ୍‌ଶୀଘ୍ର ସେ ମହାରାଷ୍ଟ୍ରର ରାଷ୍ଟ୍ରୀୟ ସମାଜ ପକ୍ଷ(ଆରଏସପି) ଦଳରେ ଯୋଗଦେବେ। ଆରଏସପି ମୁଖ୍ୟ ତଥା ରାଜ୍ୟର ମନ୍ତ୍ରୀ ମହାଦେବ ଜାଙ୍କର ଏହି ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୨୫ରେ ସଞ୍ଜୟ ଦତ୍ତ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ ବୋଲି ଶିବାଜୀ ପାର୍କରେ ଆରଏସପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜାଙ୍କର କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଙ୍କଜ ମୁଣ୍ଡେ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଭିଡିଓ କ୍ଲିପ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ସଞ୍ଜୟ ଦତ୍ତ କହିଥିଲେ, ମୁଁ ମୋ ଭାଇ ତଥା ବନ୍ଧୁ ଆରଏସପି ସଭାପତି ମହାଦେବ ଜାଙ୍କରଙ୍କୁ ଅଭିନନ୍ଦନ ଜଣାଉଛି। ଯଦି ମୁଁ ଏଠାରେ ଥାଆନ୍ତି, ତେବେ ନିଶ୍ଚୟ ଉତ୍ସବକୁ ଆସିଥାନ୍ତି।

ଏହା ପରେ ଜାଙ୍କର ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ କହିଥିଲେ, ସଞ୍ଜୟ ବର୍ତ୍ତମାନ ଦୁବାଇରେ ଅଛନ୍ତି। ସେ ମୁମ୍ବଇରେ ଥିଲେ, ନିଶ୍ଚୟ ଆମ ଦଳରେ ଯୋଗ ଦେଇଥାନ୍ତେ। ରାଜ୍ୟରେ ଦଳର ପ୍ରଭାବ ବୃଦ୍ଧି ପାଇଛି। ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ବିଜେପି ସହିତ ମିଶି ୫୭ ଆସନରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଆରଏସପି ମହାରାଷ୍ଟ୍ରରେ ଶାସକ ବିଜେପି ସହ ମେଣ୍ଟ ସରକାରର ଏକ ଅଂଶ ରହିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories