www.samajalive.in
Monday, December 8, 2025
24.1 C
Bhubaneswar

ପାକ୍‌ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି: ନୌସେରା ସେକ୍ଟରରେ ପୁଣି ଜଣେ ଯବାନ ସହିଦ

ଶ୍ରୀନଗର : ପାକିସ୍ତାନପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ସ୍ବରୂପ କାଶ୍ମୀର ସୀମାନ୍ତ ଭାରତୀୟ ଅଞ୍ଚଳକୁ ପ୍ରବଳ ମୋର୍ଟାର ଓ ଗୁଳିଗୋଳା ମାଡ଼ ଜାରି ରହିଛି। ଭାରତୀୟ ସେନାକୁ ଉସୁକାଇବା ଲକ୍ଷ୍ୟରେ ପ୍ରାୟ ସପ୍ତାହେ ହେଲା ପାକିସ୍ତାନୀ ସେନା ଏଭଳି ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ସକାଳ ପ୍ରାୟ ୮ଟା ୪୫ରୁ କ୍ରମାଗତ ଗୁଳିଗୋଳା ମାଡ଼ କରିଚାଲିଥିଲେ। ଶୁକ୍ରବାର ସକା​‌େ​‌ଳ ରା‌େ​‌ଜ​‌​‌ୗରୀ ଜିଲାର ସୁନ୍ଦରବଣୀ ସେକ୍ଟରରେ ପ୍ରବଳ ମୋର୍ଟାର ମାଡ଼ କରିବାରେ ଭାରତୀୟ ଯବାନ ଏହାର କଡ଼ା ଯବାବ ଦେଇଥିଲେ। କିଛି ସମୟ ପରେ ପାକିସ୍ତାନ ସେନା ପରାହତ ହୋଇଥିବା ଜଣାଯାଇଥିଲା।

ଏଭଳି ଘଟଣାକ୍ରମେ ଶୁକ୍ରବାର ପାକିସ୍ତାନୀ ସେନା ଗୁଳିରେ ନିୟନ୍ତ୍ରଣ ରେଖାର ନୌସେରା ସେକ୍ଟରରେ କାର୍ଯ୍ୟରତ ନାଇକ ରାଜୀବ ଥାପ୍ପା ସହିଦ ହୋଇଛନ୍ତି। ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍ଟନାଣ୍ଟ କ​‌େ​‌ର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦଙ୍କ ସୂଚନାନୁଯାୟୀ, ପାକିସ୍ତାନ ଓ ଭାରତୀୟ ସେନାଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଗୁଳିବିନିମୟ ଚାଲିଥିଲାବେଳେ ରାଜୀବ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗର ଜଳପାଇଗୁଡ଼ି ନିବାସୀ ରାଜୀବଙ୍କ ପତ୍ନୀ ଖୁସ୍‌ବୁ ମଙ୍ଗର ଥାପ୍ପା ଓ ପରିବାର ଅଛନ୍ତି। ରାଜୀବ ଓ ସାଥୀ ଯବାନଙ୍କ ଗୁଳିରେ ପାକିସ୍ତାନୀ ପୋଷ୍ଟର ବିପୁଳ କ୍ଷତି ହୋଇଥିବା ଆନନ୍ଦ କହିଛନ୍ତି। ଗତ ୧୭ତାରିଖରେ ଭାରତୀୟ ସେନା ପାକିସ୍ତାନର ଦୁଃସାହସକୁ କଡ଼ା ଯବାବ ଦେବା ସହ ଏହାର ବିପୁଳ କ୍ଷତି ଘଟାଇଥିଲେ। ସେଦିନ ଭାରତୀୟ ଯବାନ ସନ୍ଦୀପ ଥାପ୍ପା ପାକ୍‌ ଗୁଳିରେ ସହିଦ ହୋଇଥିଲେ। ସେହିପରି ୨୦ରେ କୃଷ୍ଣାଘାଟିଠାରେ ନାଇକ ରବିରଞ୍ଜନ କୁମାର ସିଂହ ପାକ୍‌ ଗୁଳିରେ ନିହତ ହୋଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories