www.samajalive.in
Monday, December 8, 2025
13.1 C
Bhubaneswar

ଗା-ସମ୍ପଦ ପାଇଁ ବିପଦ ବସନ୍ତ ରୋଗ ଘଟଣା, ପହଞ୍ଚିଲେ କେନ୍ଦ୍ରୀୟ ଟିମ୍:ଦୁଇ ବ୍ଲକରୁ ନମୁନା ସଂଗୃହୀତ

ବଡ଼ସାହି:ଉତ୍ତର ଓଡ଼ିଶାର ଗୋ-ସମ୍ପଦ ପାଇଁ ନୂଆ ବିପଦ ଭାବେ ଦେଖାଦେଇଥିବା ବସନ୍ତ ଭଳି ରୋଗ ଘଟଣା ପ୍ରଥମେ କେବଳ ‘ସମାଜ’ରେ ୧୪ ତାରିଖରେ ପ୍ରକାଶ ପାଇବା ପରେ ପରଦିନ ପାଖରୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୧୪ତାରିଖରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବେତନଟୀ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ଘଟଣା ସମ୍ପର୍କରେ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରିବ ବୋଲି ପ୍ରକାଶ କରିଥିବା ବେଳେ ଆଜି ଶୁକ୍ରବାର ଏକ କେନ୍ଦ୍ରୀୟ ଟିମ୍ ମୟୂରଭଞ୍ଜ ଜିଲାର ବଡ଼ସାହି ଓ ବେତନଟୀ ବ୍ଲକ ଗସ୍ତ କରିଛନ୍ତି। ଭୋପାଳସ୍ଥିତ ଆଇସିଏଆର୍-ଏନ୍ଆଇଏଚ୍ଏସ୍ଏଡ଼ିର ବୈଜ୍ଞାନିକ ଡ଼. ଏସବି ସୁଧାକର, ବେଙ୍ଗାଲୁରସ୍ଥିତ ଆଇସିଏଆର୍-ଏନ୍ଆଇଏଚ୍ଏସ୍ଏଡ଼ିର ବୈଜ୍ଞାନିକ ଡ଼. ମଞ୍ଜୁନାଥ ରେଡ୍ଡି, ବରେଲ୍ଲିସ୍ଥିତ ସିଏଡ଼ିଆର୍ଏଡ଼ି, ଆଇସିଏଆର୍-ଆଇଭିଆର୍ଆଇଆର ବୈଜ୍ଞାନିକ ଡ଼. ଗୌରଭ ଶର୍ମା ଓ ଭୂବନେଶ୍ୱରସ୍ଥିତ ଓୟୁଏଟିର ପ୍ରଫେସର ସଂଗ୍ରାମ ବିଶ୍ୱାଳ ମଧ୍ୟାହ୍ନରେ ବେତନଟୀ ଓ ବଡ଼ସାହି ବ୍ଲକ ପ୍ରାଣୀଚିକିତ୍ସାଳୟର ଡ଼ାକ୍ତର ତଥା କର୍ମଚାରୀଙ୍କ ସହିତ ଆଲୋଚନା କରି ସମସ୍ତେ ସଂକ୍ରମିତ ଗ୍ରାମ ପରିଦର୍ଶନ କରିଥିଲେ। ଚାଷୀଙ୍କୁ ଭେଟି ରୋଗର ଉତ୍ପତ୍ତି, ଲକ୍ଷଣ, ଖାଦ୍ୟପେୟ, ସଂକ୍ରମିତ ଗୋ-ସମ୍ପଦ ଉପରେ ପହଞ୍ଚିଥିବା କ୍ଷତି ସମ୍ବନ୍ଧରେ ଟିକିନିଖି ତଥ୍ୟ ସଂଗ୍ରହ କରିଥିଲେ। ଗବେଷଣା ପାଇଁ ସଂକ୍ରମିତ ଗୋରୁଙ୍କ ପାଖରୁ ରକ୍ତ, ସିରମ୍ ଓ ଚର୍ମଖଣ୍ଡ ନମୁନା ସଂଗ୍ରହ କରିଥିଲେ। ଚଳିତ ବର୍ଷ ପ୍ରଥମଥର ଏହି ରୋଗ ଗୋ-ସମ୍ପଦଙ୍କ ଠାରେ ଦେଖାଦେଇଥିବା ବେଳେ ବାଂଲାଦେଶରୁ ପଶ୍ଚିମବଙ୍ଗ ପରେ ଉତ୍ତର ଓଡ଼ିଶାରେ ବ୍ୟାପିଥିବା ଚାଷୀଗଣ କହୁଥିବା ବେଳେ କେନ୍ଦ୍ରୀୟ ଦଳ ତା’ଉପରେ ଗୁରୁତ୍ୱ ଦେଇଥିଲେ। ପଶ୍ଚିମବଙ୍ଗର ଫେଙ୍କ ହାଟରୁ ଗୋରୁ ବେପାରୀ ଉତ୍ତରଓଡ଼ିଶାର ଗୋରୁହାଟକୁ ଆଣୁଥିବା ଗୋରୁଗାଈଙ୍କ ଠାରୁ ଏପରି ରୋଗ ଆସିଥାଇପାରେ ବୋଲି କେନ୍ଦ୍ରୀୟ ଦଳ ତର୍ଜମା କରିଛନ୍ତି। ପ୍ରତିମାଦେଇପୁରର ଦୁଗ୍ଧଚାଷୀ ତପନ ରଥଙ୍କ ସହିତ କିଛି ଚାଷୀ ବ୍ୟାଙ୍କରୁ ଋଣ ନେଇଥିବା ବେଳେ ବର୍ତ୍ତମାନ ଏହି ଅଜଣା ରୋଗ ପାଇଁ ଗାଈ ଦୁଗ୍ଧ ଉତ୍ପାଦନ କ୍ଷତି ପହଞ୍ଚିଥିବାରୁ ସରକାରୀ ସହାୟତା ପାଇଁ କେନ୍ଦ୍ରୀୟ ଦଳଙ୍କୁ କହିଥିଲେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories