www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଥମ ଟେଷ୍ଟ: ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ

ନର୍ଥ ସାଉଣ୍ଡ୍ : ଗୁରୁବାରଠାରୁ ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ପ୍ରଥମ ଘଣ୍ଟାରେ ହିଁ ଭାରତୀୟ ଦଳ ବିପର୍ଯ୍ୟୟ ଭୋଗିଛି। ଏକ ଜୀବନ୍ତ ପିଚ୍ ଓ ମେଘୁଆ ଆକାଶର ଫାଇଦା ଉଠାଇ ୱେଷ୍ଟଇଣ୍ଡିଜ୍ ପେସ୍ ବୋଲର ନୂଆବଲ୍‌ରେ ଘାତକ ବୋଲିଂ କରିଛନ୍ତି। ୬୩.୩ ଓଭର ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୯୦ ରନ୍ କରିପାରିଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଅନ୍ତର୍ଗତ ଏହା ଉଭୟ ଦଳଙ୍କର ପ୍ରଥମ ମ୍ୟାଚ୍।

ଓଦା ପଡ଼ିଆ ଯୋଗୁଁ ଏହି ଟେଷ୍ଟମ୍ୟାଚ୍ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଗୋଟିଏ ଓଭରରେ କିମାର ରୋଚ୍ ଦୁଇ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ମୟଙ୍କ ଅଗ୍ରୱାଲ (୫) ଓ ଟେଷ୍ଟମ୍ୟାଚ୍ ବିଶେଷଜ୍ଞ ଚେତେଶ୍ବର ପୂଜାରାଙ୍କୁ ୱିକେଟ ପଛରେ କ୍ୟାଚ୍ କରାଇଥିଲେ। ତେବେ ଭାରତୀୟ ଦଳକୁ ଶକ୍ତ ଧକ୍କା ମିଳିଥିବା ୮ମ ଓଭରରେ। ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍‌କରି ସାନନ୍ ଗାବ୍ରିଏଲ୍‌ଙ୍କ ପ୍ରଥମ ଶିକାର ହୋଇଥିଲେ। ୨୫ ରନ୍‌​ରେ ଭାରତ ୩ଟି ୱିକେଟ ହରାଇବା ପରେ ଓପ୍‌ନର କେ.ଏଲ୍‌. ରାହୁଲ ଓ ଅଜିଙ୍କ୍ୟ ରାହାଣେ ଧିରେସୁସ୍ଥେ ବ୍ୟାଟିଂ କରିଥିଲେ ଏବଂ ଭୋଜନ ବିରତି ସୁଦ୍ଧା ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ବିରତି ପ​ରେ ରାହୁଲ ଓ ରାହାଣେ ୪ର୍ଥ ୱିକେଟ ଭାଗିଦାରୀକୁ ୬୮ ରନ୍‌ରେ ପହଞ୍ଚାଇଥିଲେ। ରାହୁଲ ୯୭ ବଲ୍‌ରୁ ୯୭ ବଲ୍‌ରୁ ୫ଟି ଚୌକା ସହ ୪୪ ରନ୍‌କରି ଅଫ୍‌ସ୍ପିନର ରୋଷ୍ଟନ୍ ଚେଜ୍‌ଙ୍କ ଶିକାର ହୋଇଥିଲେ। ପ​‌ରେ ହନୁମା ବିହାରୀ ୫୬ ବଲରୁ ୩୨ ରନ ଓ ରାହାଣେ ୧୬୩ ବଲ୍‌ରୁ ୧୦ଟି ଚୌକା ସହ ୮୧ ରନ୍‌କରି ଆଉଟ ହୋଇଥିଲେ । ଏବେ ରିଷଭ ପନ୍ତ ୨୧ ବଲରୁ ୯ ଏବଂ ରବୀନ୍ଦ୍ର ଜାଡେଜା ୧୨ ବଲରୁ ୧ ରନ କରି ବ୍ୟାଟିଂ ଜାରି ରଖିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories