www.samajalive.in
Saturday, December 13, 2025
18.1 C
Bhubaneswar

ଭାରତ-ପାକିସ୍ତାନ ଡେଭିଡ୍‌ କପ୍‌ ମ୍ୟାଚ୍‌ ନଭେମ୍ବରକୁ ଘୁଞ୍ଚିଲା

ଚେନ୍ନାଇ  : ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍‌ ଟେନିସ୍‌ ଏସିଆ/ଓସାନିଆ ଗ୍ରୁପ୍‌ ୧ର ମ୍ୟାଚ୍‌କୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ। ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ମ୍ୟାଚ୍‌ ଆସନ୍ତା ସେପ୍ଟେମ୍ବର ୧୪ ଓ ୧୫ ଦୁଇଦିନ ଧରି ଇସଲାମାବାଦ୍‌ରେ ଆୟୋଜନ ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ତେବେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ତିକ୍ତ ହେବା ପରେ ଏହି ମ୍ୟାଚ୍‌କୁ ଘୁଞ୍ଚାଇ ଦେବାକୁ ଭାରତୀୟ ଟେନିସ ମହାସଂଘ ତରଫରୁ ଅନୁରୋଧ କରାଯାଇଥିଲା।

ଗତ ସୋମବାର ଓ ମଙ୍ଗଳବାର ଭାରତୀୟ ଟେନିସ ମହାସଂଘ ଓ ଅନ୍ତର୍ଜାତୀୟ ଟେନିସ ମହାସଂଘ ମଧ୍ୟରେ ଆଲୋଚନା ହେବାର ଥିଲା। ତେବେ ଏହା ସମ୍ଭବପର ହୋଇପାରିନଥିଲା। ତେବେ ଗୁରୁବାର ଅନ୍ତର୍ଜାତୀୟ ଟେନିସ ମହାସଂଘ ତରଫରୁ ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ମ୍ୟାଚ୍‌ ଆସନ୍ତା ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ଦିଆଯାଇଥିଲା। ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ତରଫରୁ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିବା ସୂଚନାନୁଯାୟୀ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଦେଖା ଦେଇଥିବାରୁ ଇସଲାମାବାଦ ଯାଇ ଡେଭିସ୍‌ କପ୍‌ ମ୍ୟାଚ୍‌ ଖେଳିବାକୁ ଭାରତୀୟ ଖେଳାଳି ଅରାଜି ହେବା ସ୍ବାଭାବିକ। ଅନ୍ତର୍ଜାତୀୟ ଟେନିସ ମହାସଂଘ ଖେଳାଳି, ଅଫିସିଆଲ୍‌ ଓ ଦର୍ଶକଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇ ଆସୁଛି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍‌ କପ୍‌ ମ୍ୟାଚ୍‌କୁ ନଭେମ୍ବରକୁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ମାସର କେଉଁ ତାରିଖରେ ଏହି ମ୍ୟାଚ୍‌ ଖେଳାଯି ସେ ସଂପର୍କରେ ନିଷ୍ପତ୍ତି ସେପ୍ଟେମ୍ବର ୯ ତାରିଖ ପରେ ଚୂଡ଼ାନ୍ତ କରାଯିବ।
ଡେଭିସ୍‌ କପ୍‌ ମ୍ୟାଚ୍‌ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିବାରୁ ଭାରତୀୟ ଟେନିସ୍‌ ମହାସଂଘ ତରଫରୁ ଖୁସି ବ୍ୟକ୍ତ କରାଯାଇଛି। ଯଦି ମ୍ୟାଚ୍‌ ଘୁଞ୍ଚାଇ ଯାଇନଥାନ୍ତା ତେବେ ହୁଏତ ଭାରତୀୟ ଦଳ ଡେଭିସ୍‌ କପ୍‌ ଖେଳିବାକୁ ଇସଲାମାବାଦ୍‌କୁ ଯାଇନଥାନ୍ତେ। ଫଳରେ ଡେଭିସ୍‌ କପ୍‌ର ଫାଇନାଲ୍‌ସରେ ଖେଳିବାର ସୁବର୍ଣ୍ଣ ସୁଯୋଗ ଭାରତ ହରାଇଥାନ୍ତା। ଅନ୍ତର୍ଜାତୀୟ ଟେନିସ ମହାସଂଘ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡେଭିସ୍‌ କପ୍‌ ମ୍ୟାଚ୍‌କୁ ନଭେମ୍ବରକୁ ଘୁଞ୍ଚାଇଥିବାରୁ ଭାରତୀୟ ଟେନିସ୍‌ ମହାସଂଘ ସାଧାରଣ ସମ୍ପାଦକ ହିରଣ୍ୟମୟ ଚାଟାର୍ଜୀ କୃତଜ୍ଞତା ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories