www.samajalive.in
Friday, December 12, 2025
16.1 C
Bhubaneswar

ମିଲ୍କ କେକ୍‍

ଆବଶ୍ୟକ ସାମଗ୍ରୀ
ମଇଦା – ଆବଶ୍ୟକ ଅନୁଯାୟୀ
କ୍ଷୀର – ଆବଶ୍ୟକ ଅନୁଯାୟୀ
ବେକିଙ୍ଗ ପାଉଡ଼ର – ଅଳ୍ପ
କ୍ଷୀର ସର – ଆବଶ୍ୟକ ପରିମାଣରେ
ଅଣ୍ଡା – ୨ଟି
ଚିନିଗୁଣ୍ଡ – ଆବଶ୍ୟକ ପରିମାଣରେ
କାଜୁ – ଅଳ୍ପ
ଆଲମଣ୍ଡ – ଅଳ୍ପ
ବଟର – ଆବଶ୍ୟକ ପରିମାଣରେ
ଚେରୀ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ପାଉଡ଼ର, ଅଳ୍ପ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଣ୍ଡାକୁ ଭଲ ଭାବେ ଫେଣ୍ଟି ପକାଇ ଗୋଳାନ୍ତୁ। ଅଣ୍ଡା ପକାଇବା ପରେ କ୍ଷୀର, କ୍ଷୀର ସର ଓ ଚିନି, ବଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଓଭାନର ପ୍ୟାନରେ ବଟର ଲଗାନ୍ତୁ ଓ କେକ ପାଇଁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ପ୍ୟାନରେ ଢାଳନ୍ତୁ। ଏହି ମିଶ୍ରଣକୁ ବେକିଙ୍ଗ ପ୍ୟାନରେ ଢାଳିବା ପରେ ଏହା ଉପରେ କଟା କାଜୁ, ଆଲମଣ୍ଡ, ଚେରି କୁ ପକାଇ ଏହାକୁ ଓଭନରେ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଛୁରୀ ଦ୍ୱାରା ସୁନ୍ଦର ଭାବେ କାଟି ଦିଅନ୍ତୁ। ଏହା ପରେ ଖାଆନ୍ତୁ ସ୍ୱାଦିଷ୍ଟ କେକ।
( ଓଭନ ନଥିଲେ କୁକର ମଧ୍ୟରେ ଏକ ପାତ୍ର ରଖି କେକ ପାଇଁ ପ୍ରସ୍ତୁତ ମିଶ୍ରଣକୁ ସେହି ପାତ୍ରରେ ଢାଳି ମଧ୍ୟ ପ୍ରସ୍ତୁତ କରି ହେବ। କେକ ପ୍ରସ୍ତୁତ କରିବା ସମୟରେ କୁକର ର ସିଟି କାଢି ଦେବେ। କୁକରରେ ମଧ୍ୟ ୩୦ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଯିବ। )

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories