www.samajalive.in
Saturday, December 6, 2025
16.1 C
Bhubaneswar

ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ସଂଯୁକ୍ତ ଆରବ ଏମିରେଟ୍‍ ଓ ବାହାରିନ୍‍କୁ ଗୁରୁବାର ଠାରୁ ଯାତ୍ରା କରିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରନ୍‍ଙ୍କୁ ପ୍ୟାରିସରେ ସାକ୍ଷାତ କରିବେ। ଏହି ସମୟରେ ବାଣିଜ୍ୟ, ନିରାପତ୍ତା, ଶକ୍ତି ନିରାପତ୍ତା,  ଆତଙ୍କବାଦ ମୁକାବିଲା ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ଆଦି ଦ୍ୱିପକ୍ଷିୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୁୱାର୍ଡ ଚାର୍ଲସ ଫିଲିପ୍‍ଙ୍କୁ ମଧ୍ୟ ସେ ସାକ୍ଷାତ କରିବେ। ପ୍ୟାରିସ ସ୍ଥିତି ୟୁନେସ୍କ ମୁଖ୍ୟ କାର୍ଯ୍ୟାଳୟରେ ସେ ଭାରତୀୟ ସଂପ୍ରଦାୟମାନଙ୍କୁ ଉଦ୍‍ବୋଧନ ଦେବେ ଏବଂ ୧୯୫୦ ଓ ୧୯୬୬ ମସିହା ଏଆର୍‍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟମାନଙ୍କ ସ୍ମାରକୀକୁ ଉଦ୍‍ଘାଟନ କରିବେ। ଫ୍ରାନ୍ସରେ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କହିଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫ୍ରାନ୍ସ ଆସୁଛନ୍ତି ଏବଂ ତାଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ। ସେହିପରି ଶ୍ରୀ ମୋଦୀଙ୍କର ଏହି ଗସ୍ତ ଦ୍ୱାରା ସାଇବର ନିରାପତ୍ତା, ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସାଇବର ନିରାପତ୍ତା ସଂକ୍ରାନ୍ତ ମିଳିତ ଉନ୍ନୟନ ମୂଳକ ପ୍ରକଳ୍ପ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଦ୍ୱିପକ୍ଷିୟ ଆଲୋଚନା ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ
କରାଯାଇ ପାରିବ।

ଦ୍ୱିତୀୟ ଯର୍ପ୍ୟାୟରେ ଶ୍ରୀ ମୋଦୀ ସଂଯୁକ୍ତ ଆରବ ଏମିରେଟ୍‍ ଯିବେ। ସେଠାରେ ତାଙ୍କୁ ସେ ଦେଶର ପ୍ରତିଷ୍ଠାତାଙ୍କ ନାମରେ ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ଅଡର ଅଫ୍‍ ଜୟେଦ୍‍ ପୁରସ୍କାର ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟରେ ସେ ବାହାରିନ୍‍ ଗସ୍ତରେ ଯିବେ। ବାହାରିନ୍‍କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ପୁନରୁଦ୍ଧାର ହୋଇଥିବା ମାନାମା ସ୍ଥିତ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ମଧ୍ୟ ଶ୍ରୀ ମୋଦୀ ଉଦ୍‍ଘାଟନ କରିବେ।  ବାହାରିନ୍‍ର ଯୁବରାଜଙ୍କ ସହ  ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଜି-୭ ଶୀଖର ବୈଠକ ପାଇଁ ଭାରତକୁ ସ୍ୱତନ୍ତ୍ର ଆମନ୍ତ୍ରିତ ରାଷ୍ଟ୍ର ଭାବେ ଡକାଯାଇଥିବାରୁ ଏହି ବୈଠକରେ ଯୋଗ ଦେବାପାଇଁ ଶ୍ରୀ ମୋଦୀ ବାହାରିନ୍‍ରୁ ଫ୍ରାନ୍ସକୁ ଫେରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories