ଏକାଧିକ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ କୋହଲି
ନର୍ଥ ସାଉଣ୍ଡ : ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ଟେଷ୍ଟ ସିରିଜ୍ରେ ଏକାଧିକ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।
ଅଧିନାୟକ ଭାେବ ଟେଷ୍ଟ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହେବାକୁ କୋହଲିଙ୍କ ନିକଟରେ ସୁଯୋଗ ରହିଛି। ଅଧିନାୟକ ଭାବେ ପଣ୍ଟିଂ ୧୯ଟି ଟେଷ୍ଟ ଶତକ ହାସଲ କରିଥିବା ବେଳେ କୋହଲି ୧୮ଟି ଶତକ ମାରିଛନ୍ତି। ଯଦି ସେ ଆଉ ଗୋଟିଏ ଶତକ ହାସଲ କରନ୍ତି; ତେବେ ପଣ୍ଟିଂଙ୍କ ସମକକ୍ଷ ହେବା ସହ ୨ୟ ସ୍ଥାନରେ ରହିବେ। ୨୫ଟି ଶତକ ସହ ଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ଗ୍ରାଏମ୍ ସ୍ମିଥ୍। ସ୍ମିଥ୍ ଅଧିନାୟକ ଭାବେ ହାସଲ କରିଛନ୍ତି। ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବା ରେକର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ରହିଛି। ଧୋନି ୬୦ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ବ ନେଇ ୨୭ଟିରେ ଦଳକୁ ବିଜୟୀ କରାଇଥିବା ବେଳେ କୋହଲି ବର୍ତ୍ତମାନ ସୁଦ୍ଧା ୪୬ଟି ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ନେତୃତ୍ବ ନେଇ ଦଳକୁ ୨୬ଟିରେ ବିଜୟୀ କରାଇ ପାରିଛନ୍ତି। ଏହି ସିରିଜ୍ର ଗୋଟିଏ ମ୍ୟାଚ୍ରେ ଭାରତ ଜିତିଲେ ଧୋନିଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ କୋହଲି।
Comments are closed.