www.samajalive.in
Friday, December 12, 2025
27.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ ଆଇସିଜେ ଯିବ ପାକିସ୍ତାନ

ଇସଲାମାବାଦ : କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ରୂପ ଦେବା ପାଇଁ ଜାତିସଙ୍ଘ ନିରାପତ୍ତା ପରିଷଦରେ ପାକିସ୍ତାନର ଉଦ୍ୟମ ବିଫଳ ହେବା ସତ୍ତ୍ବେ ଏହା ଏବେ ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ର ଦ୍ବାରସ୍ଥ ହେବାକୁ ଯାଉଛି। ଏ ସମ୍ପର୍କରେ ସମସ୍ତ ଆଇନଗତ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଦେଶର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କ୍ୟାବିନେଟ୍‌ ଏହି ନିଷ୍ପତ୍ତିକୁ ମଙ୍ଗଳବାର ଅନୁମୋଦନ ଦେଇଥିବା ସେ କହିଛନ୍ତି। ଏକ ଘରୋଇ ଟିଭିକୁ ସାକ୍ଷାତକାର ଦେଇ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ସମ୍ପୂର୍ଣ୍ଣ ବେଅ​‌ାଇନ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ବୋଲି ବିଶ୍ବତମାମ ମତ ବ୍ୟକ୍ତ କରିବା ସତ୍ତ୍ବେ କ୍ୟୁରେସୀଙ୍କ ଏଭଳି ମନ୍ତବ୍ୟ ବିସ୍ମୟ ସୃଷ୍ଟି କରିଛି। କୁଳଭୂଷଣ ଯାଦବ ମାମଲାରେ ଆଇସିଜେରେ ପରାଭବ ଭୋଗିଥିବା ପାକିସ୍ତାନ ଏହି ମାମଲାରେ ଆଦୌ ସଫଳତା ପାିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories