www.samajalive.in
Saturday, December 13, 2025
26.1 C
Bhubaneswar

ଏଆରସିଏସଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କଲେ ଚାଷୀ

ଖୁଣ୍ଟା:ନିଜ କେନ୍ଦ୍ରରେ ଧାନ ବିକ୍ରି ସୁବିଧା ପାଇଁ ଦାବି କରି ଭୋଳଗୋଡ଼ିଆ ଧାନ କିଣା କେନ୍ଦ୍ର ଅଧୀନରେ ଥିବା ଚାଷୀମାନେ ସେମାବାର ଆନ୍ଦୋଳନକୁ ଓହ୍ଲାଇଥିଲେ । ସରକାରଙ୍କ ମନମୁଖୀ ନିଷ୍ପତ୍ତିକୁ ବିରୋଧ କରି ସମିତି କାର୍ୟ୍ୟାଳୟରେ କର୍ମଚାରୀଙ୍କୁ ତାଲା ପକାଇବା ସହ ଧାରଣାରେ ବସିଥିଲେ । ଅପରାହ୍ନରେ ଉଦଳା ଏଆରସିଏସ ଘଟଣାସ୍ଥଳରେ ପହଞ୍ଚି ଭୋଳଗଡିଆରେ ଧାନ କିଣା ପାଇଁ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଧାରଣା ପ୍ରତ୍ୟାହାର କରିବା ସହ ତାଲା ଫିଟାଇଥିଲେ।ସୂଚନାଯୋଗ୍ୟ, ବହାନଡା ସମବାୟ ସମିତି ଅଧୀନରେ ବାହାନଡା ଓ ଭୋଳଗଡ଼ିଆ ଦୁଇଟି ଧାନ କିଣା କେନ୍ଦ୍ର ଏକତ୍ର କାର୍ୟ୍ୟ କରୁଛି। କିନ୍ତୁ ଏହାକୁ ଭୋଳଗୋଡ଼ିଆ ଧାନ କିଣା କେନ୍ଦ୍ର ଅଧୀନରେ ଥିବା ଚାଷୀମାନେ ବିରୋଧ କରି ନିଜ କେନ୍ଦ୍ରରେ ଧାନ ବିକ୍ରି ସୁବିଧା ପାଇଁ ଦାବି କରୁଥିଲେ । ପୂର୍ବରୁ ସମବାୟ ସମିତିର ଆଭ୍ୟନ୍ତରୀଣ ଅବ୍ୟବସ୍ଥା ପାଇଁ ସରକାରୀ ସ୍ତରରେ ଏକପାଖିଆ ନିଷ୍ପତ୍ତି କ୍ରମେ ଉକ୍ତ ସମବାୟ ସମିତି ଦ୍ୱାରା ବହନଡା କେନ୍ଦ୍ରରେ ଧାନ କିଣା ବନ୍ଦ ରଖାଯାଇଛି । ସେଥିପାଇଁ ମାତ୍ର ୧୩ ଜଣ ଚାଷୀ ଉପର ନିର୍ଦେଶ କ୍ରମେ ଗତ ରବି ଫସଲକୁ ବିସିପୁର ସମବାୟ ସମିତିକୁ ନେଇ ବିକ୍ରି କରିଥିଲେ । ତେବେ ଭୋଳଗଡ଼ିଆ ଧାନ କିଣା କେନ୍ଦ୍ର ଅଧୀନରେ ଆସୁଥିବା ଖୁଣ୍ଟା ବ୍ଲକର ଭୋଳାଗାଡ଼ିଆ, ବଦପଥରା ଓ ଡେଙ୍ଗାମ ପଞ୍ଚାୟତର ୪୦୦ରୁ ଅଧିକ ଚାଷୀ ସେମାଙ୍କର ୩୫୦୦୦ କୁଇଣ୍ଟାଲ ଧାନ ସବୁକୁ ୩୦କିମି ରୁ ଅଧିକ ଦୂର ବିସି ପୁର ସମବାୟ ସମିତିକୁ ନେବାପାଇଁ ଅକ୍ଷମତା ପ୍ରକାଶ କରିବା ସହ ସରକାରଙ୍କ ମନମୁଖୀ ନିଷ୍ପତ୍ତିକୁ ଘୋର ବିରୋଧ କରି ସମିତି କାର୍ୟ୍ୟାଳୟରେ ତାଲା ପକାଇବା ସହିତ ଧାରଣାରେ ବସିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories