କଲମପୁର: କଳାହାଣ୍ଡିର ଅନେକ ଅଞ୍ଚଳ ଏବେ ମଧ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଠିକ ବିକାଶ ହେଇ ପାରିନାହିଁ। ଏବେ ବି ଅନେକ ଅଞ୍ଚଳ ଅପହଞ୍ଚ ହେଇ ରହିଯାଇଛି। ଜିଲ୍ଲାର ତଥା ଅଞ୍ଚଳର ବିକାଶରେ ସାଂସଦ ଅଥବା ବିଧାୟକ ନୁହେଁ ସାଧାରଣ ଜନତା ହିଁ ବିକାଶର ସାରଥି। ଆମେ ନିର୍ବାଚିତ ପ୍ରତିନିଧି ମାନେ ଅଞ୍ଚଳର ବିକାଶ ପାଇଁ କେବଳ ପ୍ରତିଶୃତିବଦ୍ଧ ନୁହେଁ ପ୍ରତିଜ୍ଞାବଦ୍ଧ ମଧ୍ୟ। ଅବିଭକ୍ତ କଳାହାଣ୍ଡିର ବିକାଶ ପାଇଁ କଳାହାଣ୍ଡି ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ଯାହା ଆଜି ଆପଣଙ୍କ ସମ୍ମୁଖରେ ମୁଁ କାମନା କରୁଛି ବୋଲି କଲମପୁର ଗସ୍ଥରେ ଆସିଥିବା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି। ସାଂସଦ ଶ୍ରୀ ପଣ୍ଡାଙ୍କ କଳାହାଣ୍ଡି ଗସ୍ଥ ଅବସରରେ କଲମପୁର ବ୍ଲକ ହାତୀ ନଦୀର ବନ୍ୟା ଜଳରେ ପ୍ରଭାବିତ ବିରିପୁର ଓ ମାଟିଖାଲ ପରିଦର୍ଶନ କରିଥିଲେ। ଏହାସହ ଉଭୟ ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହାର ସ୍ଥାୟୀ ସମାଧାନ ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ ସେନେଇ ଲୋକଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ। ଏହାସହ ହାତୀ ନଦୀ ଦ୍ୱାରା ବାରମ୍ବାର କ୍ଷତିଗ୍ରସ୍ଥ ହେଉଥିବା ଗାଁ ଗୁଡିକର ସମସ୍ୟା ସବୁର ସମାଧାନ ନେଇ ସେ ସଂସଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଗୋଚର କରିବେ ବୋଲି ଆଶ୍ୱସନା ଦେଇଥିଲେ



