www.samajalive.in
Saturday, December 6, 2025
17.1 C
Bhubaneswar

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ସଭିଁଙ୍କର ଇଚ୍ଛା ଥାଏ ଯେ, ସେମାନେ ସୁନ୍ଦର ଦେଖାଯାଆନ୍ତୁ। ଏହି କାରଣରୁ ସେମାନଙ୍କ ସମ୍ପୂର୍ଣ୍ଣ ଧ୍ୟାନ ନିଜ ତ୍ୱଚାକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଫେସିଆଲ, ଫେସ ପ୍ୟାକ, ବିଭିନ୍ନ ବିୟୁଟି ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମୁହଁ ଗୋରା କରିବା ସହ ନିଜ ଶରୀରକୁ ଗୋରା କରିବା ପାଇଁ ଯତ୍ନବାନ ହେବା ଉଚିତ। ଜାଣନ୍ତୁ ଗୋରା ହେବାର ସହଜ ଉପାୟ ବିଷୟରେ ….
ସ୍ନାନ ଜଳରେ ମିଶାନ୍ତୁ ଏହି ଦ୍ରବ୍ୟ –
ନିୟମିତ ସ୍ନାନ କରିବା ସମୟରେ ସ୍ନାନ ଜଳରେ ଲେମ୍ବୁ ୬ ରୁ ୭ ବୁନ୍ଦା ମିଶାନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହେବା ସହ ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିବେ।
ଘରେ ଫେସୱାସ ପ୍ରସ୍ତୁତ କରନ୍ତୁ –
ବଜାରରେ ମିଳୁଥିବା ଫେସୱାସ ପରିବର୍ତ୍ତେ ଘରେ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିପାଇଁ ଆପଣ ଲେମ୍ବୁରସ, ପାଣି, ମହୁ ଏବଂ ଘିକୁଆଁରୀ ରସ ଆଦିକୁ ମିଶ୍ରଣ କରି ଘରୋଇ ଉପାୟରେ ଏହାକୁ ପ୍ରସ୍ତୁତ କରନ୍ତୁ। ନିୟମିତ ସକାଳେ ମୁହଁରେ ଲଗାଇ, ଭଲ ଭାବେ ମାଲିସ କରି ଧୁଅନ୍ତୁ।
ଲେମ୍ବୁରେ ପ୍ରସ୍ତୁତ କରନ୍ତୁ ଲୋଶନ –
୨ ଚାମଚ ଲେମ୍ବୁ ରସରେ ୩ ଚାମଚ ଗ୍ଲିସରିନ ମିଶାଇ ରଖନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା ଖୁବ ଲାଭକାରୀ ଅଟେ।
ମାତ୍ର ଲେମ୍ବୁ ଲଗାଇ ସଙ୍ଗେ ସଙ୍ଗେ ଖରାକୁ ଯାଆନ୍ତୁ ନାହିଁ। ଏହା ଚର୍ମ ଉପରେ କୁପ୍ରଭାବ ପକାଇଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories