www.samajalive.in
Saturday, December 6, 2025
14.1 C
Bhubaneswar

ଭୂଟାନ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, ୧୦ ବୁଝାମଣାପତ୍ର ସ୍ବାକ୍ଷର ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୨ଦିନିଆ ଭୂଟାନ ଗସ୍ତରେ ଯାଇଛନ୍ତି। ମୋଦୀଙ୍କ ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଭାରତ ଏବଂ ଭୂଟାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଉପରେ ଦୁଇ ନେତା ଗୁରୁତ୍ଵାରୋପ କରିବେ।

କୁହାଯାଉଛି ଯେ, ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହେବ। ମୋଦୀ ୨ୟ ଥର ପାଇଁ ଦେଶରେ ସରକାର ଗଢ଼ିବା ପରେ ପ୍ରଥମ ଥର ଲାଗି ଭୂଟାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ୧୦ଟି ବୁଝାମଣାପତ୍ର ସ୍ବାକ୍ଷର ହେବ। ଏହାବ୍ୟତୀତ ମୋଦୀ ଏଠାରେ ୫ଟି ଯୋଜନାର ଲୋକାର୍ପଣ କରିବା ସହିତ ରୂପେ କାର୍ଡର ଉନ୍ମୋଚନ କରିବେ ବୋଲି ଭାରତର ରାଷ୍ଟ୍ରଦୂର ରୁଚିରା କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ମୋଦୀଙ୍କ ଗସ୍ତର ଠିକ୍‌ ପୂର୍ବରୁ ଭୂଟାନ ପ୍ରଧାନମନ୍ତ୍ରୀ ଡା. ଏଲ. ଶେରିଙ୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ମୋଦୀଙ୍କ ପୁସ୍ତକ ‘ଏଗ୍‌ଜାମ ୱାରିୟର୍ସ’କୁ ବି ଶେରିଙ୍ଗ ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories