www.samajalive.in
Wednesday, December 10, 2025
23.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଆଶା କରିବା ନିର୍ବୋଧତା: କ୍ୟୁରେସୀ

ମୁଜାଫରବାଦ : ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ସମର୍ଥନ ଯୋଗାଡରେ ସବୁଆଡୁ ବିଫଳ ହେବା ପରେ ପାକିସ୍ତାନ ସମ୍ପୂର୍ଣ୍ଣ ହତାଶ ହୋଇପଡିଛି। ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ମଙ୍ଗଳବାର ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନରେ ଏହି ହତାଶାଭାବ ବେଶ୍‌ ପରିଲକ୍ଷିତ ହୋଇଛି। ଜାମ୍ମୁ-କାଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର ପାଇଁ ଭାରତର ନିଷ୍ପତ୍ତି ବିରୋଧରେ ଇସ୍‌ଲାମାବାଦର ଆଭିମୁଖ୍ୟକୁ ଜାତିସଙ୍ଘ ନିରାପତ୍ତା ପରିଷଦ (ୟୁଏନଏସସି) ସମର୍ଥନ କରିବା ନିର୍ବୋଧର କାର୍ଯ୍ୟ। ଏପରିକି ପ୍ରମୁଖ ମୁସଲମାନ ରାଷ୍ଟ୍ରଗୁଡିକ ମଧ୍ୟ ଏହାକୁ ସମର୍ଥନ କରିବା ନେଇ ଆଶଙ୍କା ରହିଛି। ବିଶ୍ବର ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ବାର୍ଥ ରହିଛି। ଭାରତ ୧୩୦ କୋଟି ଲୋକଙ୍କର ଏକ ବୃହତ୍‌ ବଜାର। ଅନେକ ଲୋକ ସେଠାରେ ନିବେଶ କରିଛନ୍ତି। ପ୍ରମୁଖ ମୁସଲମାନ ରାଷ୍ଟ୍ରଗୁଡିକ ମଧ୍ୟ ଭାରତରେ ପୁଞ୍ଜି ଲଗାଇଛନ୍ତି। ସେମାନଙ୍କର ନିଜ ନିଜର ସ୍ବାର୍ଥ ରହିଛି; ଏଣୁ ସେମାନଙ୍କ ସମର୍ଥନ ନେଇ ବୋକାଙ୍କ ଭଳି କୌଣସି ଆଶା ନ ରଖିବାକୁ ସେ ନିଜ ଦେଶବାସୀଙ୍କୁ କହିଛନ୍ତି। ଏହି ପ୍ରସଙ୍ଗରେ ବାସ୍ତବିକତାକୁ ଉପଲବ୍ଧି କରି ନୂତନ ଢଙ୍ଗରେ ସଂଘର୍ଷ ଆରମ୍ଭ କରିବାକୁ ହେବ ବୋଲି ସେ ଦେଶବାସୀଙ୍କୁ କହିଛନ୍ତି।
ସୋମବାର ମୁଜାଫରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟୁରେସୀ ଆହୁରି କହିଥିଲେ ଯେ ଆବେଗିକ ଭାବେ ଏହି ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇବା ସହଜ; କିନ୍ତୁ ବାସ୍ତବ ପ୍ରସଙ୍ଗକୁ ବୁଝି ଆଗକୁ ବଢିବା ଅତି କଷ୍ଟସାଧ୍ୟ। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ୟୁଏନଏସସି ପାକିସ୍ତାନବାସୀଙ୍କ ଆପତ୍ତିକୁ ସମର୍ଥନ କରିବାକୁ ହାତରେ ପୁଷ୍ପମାଲ୍ୟ ନେଇ ଆଦୌ ଛିଡାହୋଇ ନାହିଁ; ଏଣୁ ଏ ଦିଗରେ ଜାତିସଙ୍ଘର ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଯେକୌଣସି ଦେଶ ଅବରୋଧ ପାଲଟିପାରନ୍ତି। ଏଣୁ ନିର୍ବୋଧଙ୍କ ଭଳି କୌଣସି କାଳ୍ପନିକ ଜଗତରେ ନ ରହିବାକୁ ସେ ଦେଶବାସୀଙ୍କୁ ଚେତାଇଛନ୍ତି। ତାଙ୍କର ଏହି ସାମ୍ବାଦିକ ସମ୍ମିଳନୀ ପାକିସ୍ତାନ ଟେଲିଭିଜନରେ ପ୍ରସାରିତ ହୋଇଛି। ଭାରତ ସମ୍ପୂର୍ଣ୍ଣ ସାମ୍ବିଧାନିକ ପ୍ରକ୍ରିୟାରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇଛି ବୋଲି ଦର୍ଶାଇ ଏହାକୁ ରୁଷ ସମର୍ଥନ କରିବାର ଦିନକ ପରେ କୁରେଶୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ଜାତିସଙ୍ଘ, ଆମେରିକା ଓ ଚୀନ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ; ଯଦ୍ଦ୍ବାରା ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏକପ୍ରକାର ଏକଘରକିଆ ହୋଇଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories