www.samajalive.in
Wednesday, December 10, 2025
16.1 C
Bhubaneswar

ପଶ୍ଚିମ ଓଡ଼ିଶାରେ ବନ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ

ଭୁବନେଶ୍ବର : ଦୁଇଦିନ ଧରି ପ୍ରବଳ ବର୍ଷାରେ ପଶ୍ଚିମ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ରେଳ ଧାରଣା ଧୋଇଯିବା ଏବଂ ଟ୍ରାକ୍ ପାଣିରେ ବୁଡ଼ି ରହିବା ଯୋଗୁଁ ଟ୍ରେନ୍ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନ ରେ ରେଳଧାରଣ ଉପରେ ପାଣି ପ୍ରବାହିତ ଯୋଗୁଁ ପୂର୍ବତଟ ରେଳପଥ ୯ଟି ଟ୍ରେନ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବାତିଲ କରିଛି।
ପଶ୍ଚିମ ଓଡିଶା ରେ ବନ୍ୟା ପରିସ୍ଥିତି ଯୋଗୁଁ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେଓଗାଁ ରୋଡ଼-ବରଗଡ଼, ଲୋଇଶିଙ୍ଗା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ଟ୍ରେନ ସେବା ପ୍ରଭାବିତ ହୋଇଛି। ଉଭୟ ଟ୍ରେନ ଓ ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମାର୍ଗରେ ଚଳାଚଳ କରୁଥିବା କିଛି ଟ୍ରେନ ବାତିଲ କରାଯାଇ ଥିବାବେଳେ ଆଉ କିଛି ଟ୍ରେନ୍ ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯାଇଛି।
୧୩ ତାରିଖ ରେ ରାଉରକେଲାରୁ ଛାଡିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ, ୧୪ ତାରିଖରେ ଜଗଦଳପୁରରୁ ଛାଡିବାକୁ ଥିବା ୧୮୧୦୮ ଜଗଦଳପୁର-ରାଉରକେଲା ଏକ୍ସପ୍ରେସ, ୧୪ ଓ ୧୫ ତାରିଖରେ ଉଭୟ ଦିଗରୁ ୧୮୩୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିପରି ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ୫୮୫୨୯/୫୮୫୨୦ ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର, ୧୪ ଓ ୧୫ ତାରିଖରେ ଉଭୟ ଦିଗରୁ ୫୮୨୧୩/୫୮୨୧୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର, ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରୁ ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର, ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ରୁ ୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର, ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରୁ ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ଏବଂ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ଼ ରୁ ୫୮୩୦୪ ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜରକୁ ବାତିଲ କରାଯାଇଛି। ୧୩ ଓ ୧୪ ତାରିଖ ରେ ହାଓଡ଼ା ରୁ ଛାଡିବାକୁ ଥିବା ଏବଂ ୧୪ ଓ ୧୫ ତାରିଖ ରେ ଟିଟିଲାଗଡ଼ ରୁ ଛାଡିବାକୁ ଥିବା ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ବାତିଲ ରହିବ I ୧୩ ତାରିଖ ରେ ହାଓଡ଼ା ରୁ ଛାଡିବାକୁ ଥିବା ଓ ୧୪ ତାରିଖ ରେ ଜଗଦଳପୁର ରୁ ଛାଡିବାକୁ ଥିବା ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ଚାଲିବ ନାହିଁ। ୧୪ ତାରିଖ ଦିନ ଉଭୟ ଦିଗରୁ ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ I ଅପରପକ୍ଷେ ୧୩ ତାରିଖ ରେ ଧାନବାଦ ରୁ ଛାଡିବାକୁ ଥିବା ୧୩୩୫୧ ଧାନବାଦ -ଆଲେପି ଏକ୍ସପ୍ରେସ ଓ ୧୨ ତାରିଖ ରେ ଆଲେପି ରୁ ଛାଡିଥିବା ୧୩୩୫୨ ଆଲେପି-ଧାନବାଦ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ I ୧୩ ତାରିଖ ରେ ହଟିଆ ରୁ ଛାଡିବାକୁ ଥିବା ୧୨୮୩୫ ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ। ୧୩ ତାରିଖରେ ପୁରୀ ରୁ ଛାଡିବାକୁ ଥିବା ୧୨୧୪୬ ପୁରୀ-ଏଲ.ଟି.ଟି.(ମୁମ୍ବାଇ) ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗଦେଇ ଚଳାଚଳ କରିବ। ୧୩ ତାରିଖରେ ଉଭୟ ପୁରୀ ଓ ଦୁର୍ଗ ରୁ ଛାଡିବାକୁ ଥିବା ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ରାୟଗଡା-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗହୋଇ ଚଳାଚଳ କରିବ। ୧୪ ତାରିଖରେ ସମ୍ବଲପୁର ରୁ ଛାଡିବାକୁ ଥିବା ୦୮୩୦୧ ସମ୍ବଲପୁର-ବନସୱାଡ଼ି ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ I ୧୨ ତାରିଖ ରେ ଯଶୋବନ୍ତପୁର ରୁ ଛାଡିଥିବା ୧୨୮୯୦ ଯଶୋବନ୍ତପୁର-ଟାଟା ଏକ୍ସପ୍ରେସ ଟିଟିଲାଗଡ଼-ରାଇପୁର-ବିଳାସପୁର-ଝାରସୁଗୁଡା ମାର୍ଗ ହୋଇ ଚଳାଚଳ କରିବ। ୧୨ ତାରିଖ ରେ ନାନ୍ଦେଡ଼ ରୁ ଛାଡିଥିବା ୨୦୮୧୦ ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ ମାର୍ଗ ହୋଇ ଚଳାଚଳ କରିବ। ୧୩ ତାରିଖରେ ବାଙ୍ଗାଲୋର କ୍ୟାଣ୍ଟ ରୁ ଛାଡିବାକୁ ଥିବା ୧୮୬୩୮ ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ-ସମ୍ବଲପୁର ମାର୍ଗ ହୋଇ ଚଳାଚଳ କରିବ I ୧୩ ତାରିଖରେ ସୁରଟ ରୁ ଛାଡିବାକୁ ଥିବା ୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ହୋଇ ଚଳାଚଳ କରିବ I ସେହିପରି ୧୨ ତାରିଖ ରେ ପୁରୀ ରୁ ଛାଡିଥିବା ୧୮୪୨୧ ପୁରୀ-ଆଜମୀର ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗ ହୋଇ ଯାତ୍ରା କରୁଛି I

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories