www.samajalive.in
Friday, December 12, 2025
15.1 C
Bhubaneswar

ଆସାମ ଏନଆରସି : ତଥ୍ୟ ପୁନଃଯାଞ୍ଚ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଆସାମ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)ର ପୁନଃ ଯାଞ୍ଚ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏଥିସହ ଅଗଷ୍ଟ ୩୧ ସୁଦ୍ଧା ଏନଆରସି ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଆରଏଫ ନରିମନଙ୍କ ପୀଠ ୨୦ ପ୍ରତିଶତ ନମୁନା ପୁନଃ ଯାଞ୍ଚ କରିବା ନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏହି ନିର୍ଦେଶ ଦେଇଛନ୍ତି। ପୀଠ କହିଛନ୍ତି କେବଳ ୨୦ % ନମୁନା ଯାଞ୍ଚ କରିବା ଲାଗି ଏନଆରସିର ସମ୍ପୂର୍ଣ୍ଣ ପ୍ରକ୍ରିୟା ପୁନଃ ଆରମ୍ଭ କରାଯାଇପାରିବ ନାହିଁ। ଏଥିସହ ଏନଆରସି ତଥ୍ୟ ସୁରକ୍ଷିତ ରଖିବା ଲାଗି ଆଧାର ଭଳି ଏକ ଉପଯୁକ୍ତ ବ୍ୟବସ୍ଥା ଆରମ୍ଭ କରାଯିବାର ଆବଶ୍ୟକତା ଉପରେ ପୀଠ ଗୁରୁତ୍ବାରୋପ କରିଛନ୍ତି। ଗତ ସପ୍ତାହରେ ଏନଆରସି ତଥ୍ୟ ଲିକ ଘଟଣାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। କିନ୍ତୁ କୋର୍ଟ ଏହି ବିତର୍କ ମଧ୍ୟକୁ ଯିବାକୁ ମନା କରିଥିଲେ। ତେବେ କେହି ପସନ୍ଦ କରନ୍ତୁ ବା ନ କରନ୍ତୁ ଚୂଡାନ୍ତ ଏନଆରସି ଧାର୍ଯ୍ୟ ସମୟ ମଧ୍ୟ​‌ରେ ପ୍ରକାଶ କରିବାକୁ କୋର୍ଟ କଡ଼ା ନିର୍ଦେଶ ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ପୀଠ କହିଛନ୍ତି ଅନେକ ସମୟରେ କୋର୍ଟଙ୍କ ପଦକ୍ଷେପ ଏବଂ ନିଷ୍ପତ୍ତିକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ହୋଇଥାଏ। ଏହା ଉପରେ ବିଚାର ଦ୍ବାରା କେବଳ ସମୟର ଅପଚୟ ହେବ। ଏଣୁ ଠିକ ସମୟରେ ଏନଆରସି ପ୍ରକାଶ କରାଯାଉ।

- Advertisement -

ଉଲ୍ଲେଖ ଯେ ଜିଲାଗୁଡିକର ପ୍ରସ୍ତାବିତ ଏନଆରସିରୁ ବାଦ ପଡିଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ରାଜ୍ୟ ସରକାର ବିଧାନସଭାରେ ୨୦୧୮ରେ ପ୍ରକାଶ କରିଥିଲେ। ରାଜ୍ୟସରକାରଙ୍କ ଏହି ପଦକ୍ଷେପ ୨୦୧୮ ଅଗଷ୍ଟରେ ସର୍ବୋଚ୍ଚ ଅଦାଲତ ଦେଇଥିବାର ନିର୍ଦେଶର ପରିପନ୍ଥୀ ଥିଲା। କାରଣ ଚୂଡାନ୍ତ ଏନଆରସି ଚିଠାପ୍ରସ୍ତାବରୁ କେତେ ପ୍ରତିଶତ ଲୋକ ବାଦ ପଡିଛନ୍ତି ସେସମ୍ବନ୍ଧୀୟ ତଥ୍ୟ ଏକ ଜଉମୁଦ ଲଫାପାରେ ପ୍ରଥମେ କୋର୍ଟରେ ଦାଖଲ କରିବାକୁ ତତ୍‌ସମୟରେ ଅଦାଲତ ଏନଆରସି ରାଜ୍ୟ ସଂଯୋଜକ ପ୍ରତୀକ ହାଜେଲାଙ୍କୁ ନିର୍ଦେଶ ଦେଇଥିଲେ। ସରକାର ଏହି ତଥ୍ୟ ବିଧାନସଭା​‌ରେ ପ୍ରକାଶ କରିବା ପରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଥିଲା।
ଆସାମ ଏନଆରସି ଅନୁସାରେ ୧୯୭୧ରୁ ୧୯୮୭ ମଧ୍ୟରେ ଭାରତରେ ଜନ୍ମିତ ଲୋକଙ୍କ ନାଗରିକତ୍ବ ନାଗରିକ ଆଇନର ଧାରା ଉପରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଅନୁସାରେ ନିଆଯିବ। ଏନଆରସିରେ ସାମିଲ ହୋଇଥିବା ଏବଂ ଏଥିରୁ ବାଦ ପଡିଥିବା ଲୋକଙ୍କ ତାଲିକାର ଲିଖିତ ନମୁନା ଜିଲା କାର୍ଯ୍ୟାଳୟରେ ଉପଲବ୍ଧ ହେବ। ସର୍ବୋଚ୍ଚ ଅଦାଲତଙ୍କ ରାୟର ଅନୁଚ୍ଛେଦ ୬୬ଏ ଅନୁସାରେ ହୋଇଥିବା ଆଇନ ଅନୁଯାୟୀ ଏହି ତାଲିକାରେ ସଂଶୋଧନ ହେବ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ପୂର୍ବରୁ ଏହି ତାଲିକା ପ୍ରକାଶ କରିବାକୁ ଧାର୍ଯ୍ୟ ସମୟସୀମା ଜୁଲାଇ ୩୧ରୁ ଅଗଷ୍ଟ ୩୧କୁ ବୃଦ୍ଧି କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories