www.samajalive.in
Wednesday, December 10, 2025
26.1 C
Bhubaneswar

ମୋଦୀ-ଶାହାଙ୍କ ‘ଚାଟୁକାର’ ହେଉଛନ୍ତି ଶିବରାଜ ଚୌହାନ : ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ

ଭୋପାଳ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମଧ୍ୟପ୍ରଦେଶର ଶାସକ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଜିତୁ ପଟୱାରୀ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କ୍ଷମତାରୁ ବାହାରିବା ପରେ ଶିବରାଜ ସଂହ ଚୌହାନ ବିଜେପିରେ ନିଜ ଅସ୍ଥିତ୍ୱକୁ ବଞ୍ଚାଇବା ପାଇଁ ମୋଦୀ ଏବଂ ଶାହାଙ୍କ ଚାଟୁକାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ଜିତୁ ଟ୍ୱିଟ୍‍ କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ଆପଣ ୧୩ ବର୍ଷ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଲ। ଏବେ ମଧ୍ୟପ୍ରଦେଶର ମର୍ଯ୍ୟାଦା ପ୍ରତି ଧ୍ୟାନ ଦିଅନ୍ତୁ। ମଧ୍ୟପ୍ରଦେଶ ଜନତା ଜଣେ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ଚାଟୁକାରକୁ ନିର୍ବାଚିତ କରିଥିଲେ ବୋଲି ଜାଣିପାରିନଥିଲେ।
ପ୍ରକାଶ ଯେ ଶିବରାଜ ସିଂହ ଚୌହାନ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଥମେ ତାଙ୍କୁ (ମୋଦୀ-ଶାହା) ନେତା ଭାବୁଥିଲି ଏବେ ଏହି କାର୍ଯ୍ୟ ପାଇଁ ମୁଁ ତାଙ୍କ ପୂଜା କରୁଛି। ଶିବରାଜଙ୍କ ଏହି ଟିପ୍ପଣୀକୁ ଜିତୁ ସମାଲୋଚନା କରିବା ସହ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories