ନୂଆଦିଲ୍ଲୀ: ଆମେରିକା, ଜାତିସଂଘ ଏବଂ ଚୀନ ପରେ ଶେଷରେ ରୁଷ୍ଠାରୁ ପାକିସ୍ତାନକୁ ଝଟ୍କା ମିଳିଛି। ଜାମ୍ମୁ-କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ରୁଷ ସମର୍ଥନ କରିବା ସହିତ ଏହା ସାମ୍ବିଧାନିକ ବୋଲି ରୁଷ୍ ପକ୍ଷରୁ କୁହାଯାଇଛି। ରୁଷର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଭାରତ ଜାମ୍ମୁ-କାଶ୍ମୀରକୁ ଦୁଇଭାରେ ବିଭାଜିତ କରିବା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବାର ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି। ମସ୍କୋ ଆଶା କରୁଛି କି ଜାମ୍ମୁ-କାଶ୍ମୀର ଉପରେ ଦିଲ୍ଲୀ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ବୃଦ୍ଧି ହେବାକୁ ଦେବୁ ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ବିବାଦଗୁଡ଼ିକୁ ଦ୍ବିପାକ୍ଷିକ, ରାଜନୈତିକ ଏବଂ କୁଟନୈତିକ ପଦ୍ଧତିରେ ସମାଧାନ କରାଯିବା ଜରୁରୀ।
ଗତ ଶୁକ୍ରବାର ଚୀନ ମଧ୍ୟ ଭାରତ ଓ ପାକିସ୍ତାନ ନିଜ ନିଜର ବିବାଦଗୁଡ଼ିକୁ ସମାଧାନ କରିବା ଲାଗି ଆଲୋଚନା କରିବା ଉଚିତ ବୋଲି କହିଥିଲା। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ସହାୟତା ପାଇଁ ବେଜିଂ ଗସ୍ତ କରିବା ପରେ ଚୀନ ପକ୍ଷରୁ ଏହା କୁହାଯାଇଛି। କିନ୍ତୁ ଚୀନ ଏହି ପ୍ରସଙ୍ଗରେ ମୁଣ୍ଡ ପୂରାଇବ ନାହିଁ ବୋଲି ମନା କରିଦେଇଛି।


