www.samajalive.in
Sunday, December 14, 2025
26.1 C
Bhubaneswar

ସୁନା ମୂଲ୍ୟ ୩୮ ହଜାର ଟପିଲା

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ମହଙ୍ଗା ହେବାରେ ଲାଗିଥିବା ସୁନା ଏବଂ ରୁପା ମୂଲ୍ୟ ଆଜି ବଢିବାରେ ଲାଗିଛି ା ଗହଣା ବ୍ୟବସାୟୀମାନେ ଅଧିକ ମାତ୍ରାରେ କ୍ରୟ କରିବା ଏବଂ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଅଧିକ ତୀବ୍ରତର ହେବା ଯୋଗୁ ଅନ୍ତଃରାଷ୍ଟ୍ରୀୟ ପୁଞ୍ଜି ବଜାରରେ କାରବାର ଭଲ ନ ରହିବା ଫଳରେ ନିବେଶକମାନେ ସୁନାରେ ଅଧିକ ନିବେଶ କରିବାକୁ ପସନ୍ଦ କରିବାର ପ୍ରଭାବ ଘରୋଇ ସୁନା ବଜାର ଉପରେ ପଡିଛି। ଏଥି​ଯୋ‌ଗୁ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ସର୍ବକାଳୀନ ରେକର୍ଡ ସ୍ତର ୩୮,୦୦୦ ଟଙ୍କା ଅତିକ୍ରମ କରି ୩୮,୪୭୦ ଟଙ୍କା ଛୁଇଁଛି। ଫଳରେ ସୁନା ଦର ଏହାର ସମସ୍ତ ପୂର୍ବ ରେକର୍ଡ ଅତିକ୍ରମ କରିଛି। କେବଳ ସୁନା କାହିଁକି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଗୁରୁବାର ଗୋଟିଏ ଦିନରେ ସୁନା ୧୦ ଗ୍ରାମ ପିଛା ୫୫୦ ଟଙ୍କା ଏବଂ ରୁପା କିଲୋ ପିଛା ୬୩୦ ଟଙ୍କା ବୃଦ୍ଧି ଘଟିଛି। ଆଜି ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୫୫୦ ଟଙ୍କା ବୃଦ୍ଧି ଘଟି ୩୮,୪୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଶିଳ୍ପ ସଂସ୍ଥା ଏବଂ କଏନ୍‌ ନିର୍ମାତାଙ୍କ ନିକଟରେ ଚାହିଦାରେ ବୃଦ୍ଧି ଯୋଗୁ ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି ହୋଇଛି। ଗୁରୁବାର ରୁପା ମୂଲ୍ୟ​‌ କିଲୋ ପିଛା ୬୩୦ ଟଙ୍କା ବୃଦ୍ଧି ଘଟି ତାହା ୪୪,୦୦୦ ଟଙ୍କା ଅତିକ୍ରମ କରି ୪୪,୩୦୦ ଟଙ୍କାରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୪୯୭.୪୦ ଡଲାର ଛୁଇଁଥିବାବେଳେ ରୁପା ମୂଲ୍ୟ ଆଉନ୍ସ ପିଛା ୧୭.୧୬ ଡଲାରରେ ପହଞ୍ଚିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories