www.samajalive.in
Thursday, December 11, 2025
18.1 C
Bhubaneswar

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିନ୍ନର ମହାସଂଘ ତରଫରୁ କୃତଜ୍ଞତା

ଭୁବାନେଶ୍ଵର : ଅଗଷ୍ଟ ୫ତାରିଖ ଦିନ ଲୋକସଭାରେ କିନ୍ନରମାନଙ୍କ ପାଇଁ ବହୁ ପ୍ରତିକ୍ଷିତ ଟ୍ରାନ୍ସଜେଣ୍ଡର ପର୍ସନ(ପ୍ରୋଟେକ୍ସନ ଅଫ ରାଇଟସ୍) ବିଲ ୨୦୧୯ ପାରିତ ହୋଇଯାଇଛି। ଏହି ବିଲ ପାରିତ ହେବା ପଛରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଯଥେଷ୍ଟ ଅବଦାନ ରହିଛି। ଯେଉଁଥିପାଇଁ କିନ୍ନରମାନେ ଅପରାଜିତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଟ୍ରାନ୍ସଜେଣ୍ଡର ପର୍ସନ(ପ୍ରୋଟେକ୍ସନ ଅଫ ରାଇଟସ୍) ବିଲ ୨୦୧୯ ଗୃହୀତ ହେବା ନେଇ ଲୋକସଭାରେ ଅପରାଜିତା କହିଥିଲେ ଯେ, ଭାରତରେ ସମସ୍ତଙ୍କର ସମାନ ଅଧିକାର ରହିଛି। ତେଣୁ ଭାରତରେ କିନ୍ନରମାନେ ସମାନ ଅଧିକାର ନେଇ ବଞ୍ଚିବା ସହିତ ସମାଜ କିନ୍ନରମାନଙ୍କୁ ଖରାପ ଦୃଷ୍ଟିରେ ନଦେଖି ଭଲ ଦୃଷ୍ଟିରେ ଦେଖିବା ଦରକାର। ଭାରତରେ ୧୯ଲକ୍ଷରୁ ଅଧିକ ଟ୍ରାନ୍ସଜେଣ୍ଡର ଥିଲାବେଳେ ଓଡ଼ିଶାରେ ପାଖାପାଖି ୫ହଜାର କିନ୍ନର ରହିଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟ ୨୦୧୪ ମସିହାରେ ରାୟ ଦେଇଛନ୍ତି ଯେ, ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟଲିଙ୍ଗୀ। ଏଣୁ ଏମାନେ ମାନବିକ ଅଧିକାରରୁ ବଞ୍ଚିତ ନ ହେବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ, କିନ୍ନରମାନଙ୍କ ପାଇଁ ଏକ କମିଟି ଗଠନ କରାଯାଉ ଯେଉଁଥିରେ ଜିଲା ମାଜିଷ୍ଟ୍ରେଟ୍, ଡ଼କ୍ଟର ଆସୋସିଏସନ୍, କିନ୍ନର ପ୍ରତିନିଧିମାନେ ରହିବେ। କିନ୍ନରମାନଙ୍କର ଜୀବନ ଜୀବିକା ସୁରକ୍ଷା ହେବା ମଧ୍ୟ ଦରକାର। ମାନ୍ୟବର ପ୍ରଧାନମନ୍ତ୍ରୀ ସବକା ସାଥ୍ ସବକା ବିକାଶ ମାଧ୍ୟମରେ କିନ୍ନରମାନଙ୍କୁ ସାମିଲ କରିବା ସହ ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶମାନଙ୍କରେ କିନ୍ନରମାନଙ୍କୁ କେଉଁଭଳି ଭାବରେ ମର୍ୟ୍ୟାଦା ଦିଆଯାଇଛି ତାହା ଉପରେ ବିଶ୍ଲେଷଣ କରିଥିଲେ। ଏହିଭଳି ଭାବରେ ଦୀର୍ଘ ୨୦ମିନିଟରୁ ଅଧିକ କିନ୍ନରମାନଙ୍କ ବିଲକୁ ସମର୍ଥନ କରିବାପରେ ବିଲଟି ଗୃହୀତ ହୋଇଥିଲା।

ଏହି ବିଲ୍ ଗୃହୀତ ହେବା ଏକ ଐତିହାସିକ ରାୟ ବୋଲି ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ସଭାପତି ମେନକା କିନ୍ନର, ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, କିନ୍ନର ମୁଖ୍ୟ ଗୁରୁ ତଥା ସମ୍ପାଦକ ସୁଇଟି ସାହୁ, ସୋନମ କିନ୍ନର, କାଜଲ କିନ୍ନର, ମିଠି କିନ୍ନର, ବବି କିନ୍ନର ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories