www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆରେ ବର୍ଷା ବାଧକ

ପ୍ରୋଭିଡେନ୍‌ସ : ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଗୁରୁବାର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିରେ ବର୍ଷା ବାଧକ ସାଜିଛି। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟର ୫ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ମାତ୍ର ୧୩ ଓଭରର ଖେଳ ସମ୍ଭବପର ହୋଇଛି। ଏହି ୧୩ ଓଭରରେ ୱେଷ୍ଟଇଣ୍ଡିଜ୍ ୧ ୱିକେଟ ହରାଇ ୫୪ ରନ୍ କରିପାରିଛି।
ପ୍ରଥମେ ସକାଳୁ ବର୍ଷା ହେବାରୁ ମ୍ୟାଚ୍ ୨ ଘଣ୍ଟା ପରେ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୪୩ ଓଭରର କରା ଯାଇଥିଲା। ଟସ୍ ଜିତି ଭାରତ ଫିଲ୍‌ଡିଂ ନେବା ପରେ ୱେଷ୍ଟଇଣ୍ଡିଜ୍‌ର ଓପ୍‌ନର ଧିମା ବ୍ୟାଟିଂ କରିଥିଲେ। ୫.୪ ଓଭରରେ ୱେଷ୍ଟଇଣ୍ଡିଜ୍ ବିନା ୱିକେଟରେ ୯ ରନ୍ କରିଥିବା ବେଳେ ପୁଣି ବର୍ଷା ହୋଇଥିଲା। ପରେ ଖେଳ ଆରମ୍ଭ ହୋଇଥିବା ବେଳେ ମ୍ୟାଚ୍‌କୁ ୪୦ ଓଭରର କରା ଯାଇଥିଲା। ତେବେ ଓଦା ପଡ଼ିଆ ଯୋଗୁଁ ଅମ୍ପାୟାର ଖେଳ ବନ୍ଦ କରି ଦେଇଥିଲେ ଏବଂ ପରେ ଖେଳ ଆରମ୍ଭହେବା ବେଳକୁ ଏହାକୁ ୩୪ ଓଭରର କରା ଯାଇଥିଲା। ୭ମ ଓଭରରୁ ଏଭିନ୍ ଲୁଇସ୍ ଆକ୍ରମଣ ଆରମ୍ଭ କରିଥିଲେ। ଖଲିଲ ଅହମ୍ମଦ ବୋଲିଂ କରିଥିବା ପ୍ରଥମ ଓଭରରେ ତାଙ୍କୁ ୧୫ ରନ୍ ମାରିଥିଲେ ଲୁଇସ୍। ୧୧ଶ ଓଭରରେ ଆଉଟ ହୋଇଥିବା କ୍ରିସ୍ ଗେଲ୍‌ ୩୧ ବଲ୍‌ ଖେଳି ମାତ୍ର ୪ ରନ୍ କରିଥିଲେ। ୧୩ ଓଭର ପରେ ଖେଳ ବନ୍ଦରହିବା ବେଳକୁ ୱେଷ୍ଟଇଣ୍ଡିଜ୍ ୧ ୱିକେଟରେ ୫୪ ରନ୍ କରିଛି। ଏଭିନ୍ ଲୁଇସ୍ ୩୬ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୦ ଏବଂ ସାଇ ହୋପ୍ ୧୧ ବଲ୍‌ରୁ ୬ ରନ୍‌କରି କ୍ରିଜ୍‌ରେ ଅଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories