www.samajalive.in
Thursday, December 11, 2025
18.1 C
Bhubaneswar

ପିପିଲି ଓ ସତ୍ୟବାଦୀରୁ ୬ ଶିଶୁ ଶ୍ରମିକ ଉଦ୍ଧାର

ପିପିଲି : ରାଜ୍ୟ ସରକାର ଓ ପୁଲିସ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଚାଲିଥିବା ପରୀ-୩ କାର୍ଯ୍ୟକ୍ରମରେ ଗୁରୁବାର ପିପିଲି ଥାନା ଅଞ୍ଚଳରୁ ୪ଜଣ ଓ ସତ୍ୟବାଦୀ ଥାନା ଅଞ୍ଚଳରୁ ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ପୁରୀ ଏସ୍‍ପି ଡ଼ଃ ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏଚ୍‍ଆର୍‍ପିସି ଆଇଆଇସି ଶକୁନ୍ତଳା ପତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ବିଜୟ କୁମାର ପରିଡା, କାଉନ୍‍ସିଲର ରୋଜାଲିନ ପାତ୍ର, ଚାଇଲ୍ଡ ଲାଇନର ଜିଲା ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ର, ପିପିଲି ପୁଲିସ ଓ ସତ୍ୟବାଦୀ ପୁଲିସ ପ୍ରମୁଖ ପିପିଲି ଓ ସତ୍ୟବାଦୀ ଥାନାର ବିଭିନ୍ନ ଅଞ୍ଚଳରେ ଥିବା ଢାବା, ହୋଟେଲ, ଜଳଖିଆ ଦୋକାନ ଓ ଗ୍ୟାରେଜ ଆଦିରେ ଗୁରୁବାର ଅଚାନକ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପିପିଲି ଥାନା ଅଞ୍ଚଳରୁ ୪ଜଣ ଓ ସତ୍ୟବାଦୀ ଥାନା ଅଞ୍ଚଳରୁ ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସଂନ୍ଧ୍ୟାରେ ଜିଲା ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଉପସ୍ଥାପିତ କରାଯିବା ପରେ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିବା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେବା ସହ ଯେଉଁମାନେ ଉକ୍ତ ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରିଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଅଭିଯାନରେ ବିଭିନ୍ନ ସ୍ଥାନ ଉପରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚଢାଉ କରାଯାଇ ବିପରିତ ପରିସ୍ଥିତିରେ ଥିବା ଶିଶୁମାନଙ୍କୁ ଉଦ୍ଧାର କରାଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିବା ବେଳେ ନିଖୋଜ ଶିଶୁ, ବିପଦସଙ୍କୁଳ ପରିସ୍ଥିତିରେ ଥିବା ଶିଶୁଙ୍କୁ ଉଦ୍ଧାର କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories