www.samajalive.in
Thursday, December 11, 2025
18.1 C
Bhubaneswar

ସଠିକ୍‍ ଶୈଳୀରେ ନିଜ ଜୀବନରେ ଜ୍ଞାନକୁ ଉପଯୋଗ କରନ୍ତୁ

ଏକ ଲୋକକଥା ଅନୁଯାୟୀ, ଗୋଟିଏ ଆଶ୍ରମରେ ଦୁଇ ଜଣ ଶିଷ୍ୟ ସହ ଜଣେ ସନ୍ଥ ରହୁଥିଲେ। ସନ୍ଥ ଦୁଇ ଜଣ ଶିଷ୍ୟଙ୍କୁ ଉତ୍ତମ ଶିକ୍ଷା ଦେଇଥିଲେ। ଏକଦା ସନ୍ଥ ଜଣକ ଦୁଇ ଶିଷ୍ୟଙ୍କୁ ଦୁଇଟି ଛୋଟ ଛୋଟ ଡ଼ବାରେ କିଛି ଗହମ ଭର୍ତ୍ତି କରି ଦେଲେ ଓ କହିଲେ ମୁଁ ତୀର୍ଥ ଯାତ୍ରାରେ ଯାଉଛି। ଦୁଇ ବର୍ଷ ପରେ ଫେରିବି। ଆସିବା ପରେ ମତେ ଏହି ଗହମକୁ ଫେରାଇ ଦେବ। ମାତ୍ର ଧ୍ୟାନ ଦେବ ଯେପରି ଗହମ ନଷ୍ଟ ହୋଇନଥାଏ। ଏହା କହି ସନ୍ଥ ପଳାଇଲେ।
ଜଣେ ଶିଷ୍ୟ ସେହି ଗହମ ଡ଼ବାଟିକୁ ପୂଜାସ୍ଥାନରେ ରଖି ନିତିଦିନ ପୂଜା କରିବାକୁ ଆରମ୍ଭ କଲା।
ଦ୍ୱିତୀୟ ଶିଷ୍ୟଟି ଗୁରୁ ତା’କୁ ଦେଇଥିବା ଡ଼ବାରୁ ଗହମ କାଢି ନିଜ କ୍ଷେତରେ ବୁଣି ଚାଷ କଲା। ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଶିଷ୍ୟଟି ସେହି ଅଳ୍ପ ଗହମରୁ ବହୁଳ ପରିମାଣରେ ଗହମ ପାଇଲା।
ଦୁଇ ବର୍ଷ ହେବା ପରେ ସନ୍ଥ ଆଶ୍ରମକୁ ଫେରି ଆସିଲେ ଓ ଦୁଇ ଶିଷ୍ୟଙ୍କୁ ସେ ଦେଇଥିବା ଗହମ ଡ଼ବାକୁ ମାଗିଲେ। ପ୍ରଥମ ଶିଷ୍ୟଟି ଗହମ ଡ଼ବାଟିକୁ ସନ୍ଥଙ୍କୁ ଦେଇ କହିଲା ଗୁରୁଜୀ ମୁଁ ଏହାକୁ ଖୁବ ଯତ୍ନର ସହ ପୂଜାସ୍ଥାନରେ ରଖି ପୂଜା କରିଛି। ସନ୍ଥ ଡ଼ବା ଖୋଲିବା ପରେ ଦେଖିଲେ ସେହି ଗହମ ଗୁଡ଼ିକ ନଷ୍ଟ ହେବା ସହ ସେଥିରେ ପୋକ ହୋଇଯାଇଛି। ଏହା ଦେଖି ଶିଷ୍ୟଟି ମଧ୍ୟ ଲଜ୍ଜିତ ହେଲା।
ଏହାପରେ ଦ୍ୱିତୀୟ ଶିଷ୍ୟଟି ଏକ ଥଳୀରେ ଗହମ ଆଣି କହିଲା ଗୁରୁଜୀ ଏହା ଆପଣଙ୍କ ଗହମ। ଥଳୀରେ ପୂର୍ଣ୍ଣ ଗହମ ଦେଖି ସନ୍ଥ ଜଣଙ୍କ ଖୁବ ଖୁସି ହେଲେ ଓ କହିଲେ ଶିଷ୍ୟ ତୁମେ ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲ। ମୁଁ ତୁମକୁ ଯେଉଁ ଜ୍ଞାନ ଦେଇଥିଲି ତୁମେ ନିଜ ଜୀବନରେ ତା’କୁ ସଠିକ ଭାବେ ଉପଯୋଗ କରିଛ। ଯାଦ୍ୱାରା ତୁମେ ଗହମକୁ ସଠିକ ଭାବେ ରଖିବା ପାଇଁ ସଫଳତା ପାଇପାରିଛ।
ଯେଉଁ ପର୍ଯ୍ୟନ୍ତ ନିଜ ଜ୍ଞାନକୁ ଡ଼ବାରେ ବନ୍ଦ ଗହମ ଭଳି ନିଜ ଭିତରେ ହିଁ ରଖାଯାଏ  ଓ ତାହାର ସୁଦୁପଯୋଗ ନକରାଯାଏ ତେବେ ସଫଳତା ମିଳିପାରିନଥାଏ। ଜ୍ଞାନକୁ ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟ ବାଣ୍ଟନ୍ତୁ। ଏପରି କରିବା ଦ୍ୱାରା ଜ୍ଞାନ ବୃଦ୍ଧି ହେବା ସହ ଶୁଭଫଳ ଓ ସଫଳତା ମିଳେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories