www.samajalive.in
Wednesday, December 10, 2025
18.1 C
Bhubaneswar

ଇସଲାମାବାଦର ବିଭିନ୍ନ ସ୍ଥାନରେ ‘ଅଖଣ୍ଡ ଭାରତ’ ପୋଷ୍ଟର

ଇସଲାମାବାଦ : ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦର ଦିନକ ପରେ ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦର ବିଭିନ୍ନ ସ୍ଥାନରେ ଶିବସେନା ସାଂସଦ ସଂଜୟ ରାଉତଙ୍କ ରାଜ୍ୟସଭା ଭାଷଣ ‘ଅଖଣ୍ଡ ଭାରତ’ର ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ଇସଲାମାବାଦ ପୁଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାବାଦ ଜିଲା ପ୍ରଶାସନ ନଗର ନିଗମକୁ ନୋଟିସ ଜାରି କରି ପୋଷ୍ଟର ହଟାଇବାକୁ କାହିଁକି ୫ ଘଣ୍ଟା ଲାଗିଲା ତାହା ୨୪ ଘଣ୍ଟା ମଧ୍ୟରେ ଜଣାଇବାକୁ କହିଛି। ଜଣେ ପୁଲିସ୍‍ ଅଧିକାରୀ କହିଛନ୍ତି ଯେ ଏଭଳି ପୋଷ୍ଟର ତାଙ୍କ ଥାନା ଅଞ୍ଚଳ ସମତେ ଅନ୍ୟ ଅଞ୍ଚଳରେ ଲଗାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକ ଏବଂ ଧାରା ୩୭୦ ଉଚ୍ଛେଦ ସଂକଳ୍ପ ପ୍ରସ୍ତାବ ସୋମବାର ରାଜ୍ୟସଭାରେ ଆଗତ ହୋଇଥିଲା। ଏହା ଉପରେ ବିତର୍କ ବେଳେ ଶିବସେନା ସାଂସଦ ସଂଜୟ ରାଉତ କହିଥିଲେ ଯେ ଆଜି କାଶ୍ମୀର ନେଇଛୁ, କାଲି ବାଲୁଚିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ନେବୁ। ମୋର ବିଶ୍ୱାସ ଅଛି ଦେଶର ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତର ସ୍ୱପ୍ନ ପୂରା କରିବେ। ସଂଜୟ ରାଉତଙ୍କ ଏହି ଭାଷଣର ପୋଷ୍ଟର ଇସଲାମାବାଦରେ ଲଗାଯାଇଛି। ଏହି ଘଟଣାରେ ଇସଲାମାବାଦ ପୁଲିସ୍‍ ୩ ଜଣଙ୍କୁ ଅଟକ ରଖିଛି। ଏପରିକି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟାଳୟ ନିକଟରେ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି। ଏହାକୁ ପାକିସ୍ତାନ ସରକାର ଗୁରୁତର ସହ ନେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories