www.samajalive.in
Monday, December 8, 2025
27.1 C
Bhubaneswar

ଓମାର, ମେହବୁବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ପାଟନା: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଏବଂ ନ୍ୟାଶନାଲ କନଫରେନ୍ସର ଉପସଭାପତି ନେତା ଓମାର ଅବଦୁଲ୍ଲାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ବିହାରରେ ଜଣେ ଓକିଲ ପଶ୍ଚିମ ଚମ୍ପାରଣର ବେତିୟା କୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ଏହି ନେତାମାନେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବାରୁ ସମ୍ପୃକ୍ତ ଓକିଲା ମାମଲା ଦାୟର କରିଥିବା ଦର୍ଶାଇଛନ୍ତି।

ଓକିଲଙ୍କ କହିବା ଅନୁସାରେ, ଅଦାଲତ ମାମଲା ଉପରେ ଅବଗତ ହୋଇଛନ୍ତି। ସେପ୍ଟେମ୍ବର ୨୪ରେ ଏହାର ଆଗାମୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

- Advertisement -

ଓମାର ଏବଂ ମେହବୁବା କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଅବଦୁଲ୍ଲା ଜାମ୍ମୁ-କାଶ୍ମୀରରେ ଅଧିକ ସୈନିକ ମୁତୟନର ବିରୋଧ କରିଥିଲେ ଏବଂ କହିଥିଲେ ଏହି ନିଷ୍ପତ୍ତି ଅବୈଧ, ଅସାମ୍ବିଧାନିକ ଏବଂ ଏକତରଫା। ସେହିପରି ମେହବୁବା କେନ୍ଦ୍ର ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି। ଏପରି କି ସରକାରଙ୍କୁ ଧମକ ମଧ୍ୟ ଦେଇଥିଲେ। ସେ କହିଥିଲେ, ଆଜିର ଦିନ ଦେଶର ଗଣତନ୍ତ୍ରର କଳା ଦିବସ। ଧାରା ୩୭୦ର ଏକତରଫା ଉଚ୍ଛେଦ କରାଯିବା ବେଆଇନ ଏବଂ ଅସାମ୍ବିଧାନିକ। ଏହାର ପରିଣାମ ଭୟାବହ ହେବ ବୋଲି ସେ କହିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories